ରତ୍ନ ଭଣ୍ଡାର ଖୋଲିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
by Argus News
Mon, Jun 24 | 8:19 p.m.

ଅର୍ଗସ ବ୍ୟୁରୋ: ବହୁ ବର୍ଷ ପ୍ରତୀକ୍ଷାର ହେଲା ଅନ୍ତ । ଭକ୍ତଙ୍କ ଭାବାବେଗକୁ ଗୁରୁତ୍ବ ଦେଇ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛନ୍ତି ସରକାର । ଖୁବଶୀଘ୍ର ତାରିଖ ଘୋଷଣା କରିବା ସହ ମୋଡାଲିଟ ଫିକ୍ସ କରିବ ଆଇନ ବିଭାଗ । ଏ ନେଇ ଆଇନ ମନ୍ତ୍ରୀ କହିଛନ୍ତି ରତ୍ନଭଣ୍ଡାର ଖୋଲାଯିବା ସ୍ଥିର ଓ ନିଶ୍ଚିତ । ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତି ନିଆଯିବ ଓ ରତ୍ନ ଅଳଙ୍କାର ଗଣତି କରାଯିବ ବୋଲି ଆଇନ ମନ୍ତ୍ରୀ । 

ସେପଟେ ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବା ଖବର ପାଇବା ପରେ ସେବାୟତ ଓ ଭକ୍ତଙ୍କ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସାଢେ ଚାରିକୋଟି ଓଡିଆଙ୍କ ଭାବାବେଗ କୁ ଗୁରୁତ୍ବ ଦେଇ ବଜେପି ସରକାର ରତ୍ନ ଭଣ୍ଡାର ଖୋଲିବାକୁ ଯାଉଥିବାରୁ ଧନ୍ୟବାଦ ଦେଇଛନ୍ତି ସେବାୟତ ଓ  ଭକ୍ତ  । 

ରାଜ୍ୟ ରାଜନୀତିରେ ଗେମ ଚେଞ୍ଜର ସାଜିଥିଲା ରତ୍ନ ଭଣ୍ଡାର ପ୍ରସଙ୍ଗ । 24 ବର୍ଷର ସରକରାକୁ ଗାଦିଚ୍ୟୁତ କରିବା ପାଇଁ ରତ୍ନ ଭଣ୍ଡାର ପ୍ରସଙ୍ଗ ପ୍ରମୁଖ ମାଧ୍ୟମ ସାଜିଥିଲା । ଆଉ ଏବେ ଯଦି ରତ୍ନ ଭଣ୍ଡାର ଖୋଲା ଯିବା ପରେ ରତ୍ନ ଅସୁରକ୍ଷିତ ଆଶଙ୍କା ସତ ହୁଏ ତେବେ ବିଜେଡି ସରକାରକୁ ଇତିହାସ କେବେ ବି କ୍ଷମା ଦେବନି । 

ଆହୁରି ପଢନ୍ତୁ ଓଡିଶା ଖବର...

ଚାଲେଞ୍ଜ
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ