ପ୍ରଶ୍ନ ଉଠାଇ ପୂର୍ବ ବିଜେଡ଼ି ସରକାରର ପୋଲ ଖୋଲିଲେ ରାଜସ୍ୱ ମନ୍ତ୍ରୀ
by Argus News
Sun, Oct 27 | 8:19 p.m.

ଅର୍ଗସ ବ୍ୟୁରୋ :  ଏ ହେଉଛି ବାତ୍ୟା ପ୍ରଭାବିତ ଉଦଳା ବ୍ଲକ ରାଢୋ ପଞ୍ଚାୟତର ଦାଢ଼ିଆସାହି, ନୂଆ ସାହି, ଟୁଲଖାଣିଆ ଗାଁର ଦୃଶ୍ୟ । ଚାଲିଗଲା ବାତ୍ୟା ଦାନା । ବାତ୍ୟା ଆଶ୍ରୟସ୍ଥଳୀ ଛାଡ଼ି ନିଜ ନିଜ ଘରକୁ ଫେରିଛନ୍ତି ଲୋକେ । କିଏ ଘର ଛପର ଉପରୁ ଉଡି ଯାଇଥିବା ପଲିଥିନ ସଜାଡୁଛି... ତ ଆଉ କିଏ ଘରେ କାଦୁଅ ଭିତରୁ ଜିନିଷ ପତ୍ର ଖୋଜିବାରେ ଲାଗିଛି । ପୁଣି କିଏ ନିଜ ଘରକୁ ଫେରିବା ପରେ ବର୍ଷା ପାଣିରେ ଭାଙ୍ଗି ପଡ଼ିଥିବା ଘର କାନ୍ଥକୁ ଦେଖି ନିଜ ଆଖିର ଲୁହକୁ ଅଟକାଇ ପାରୁନାହାନ୍ତି । ତଥାପି ନିଜ ଚାଳ ଛପର ଘରକୁ ପୁଣି ଅଣ୍ଟା ସଳଖି ଛିଡା କରିବେ ଲାଗିପଡିଛନ୍ତି ସମସ୍ତେ ।

ଅଧିକ ପଢନ୍ତୁ : ଆକାଶ ମାର୍ଗରୁ ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଏହି ନୁଆଁଣିଆ  ଚାଳ ଘର ହିଁ ତାଙ୍କ ଭାଗ୍ୟର ଆଶ୍ରା । କାରଣ ପୂର୍ବ ବିଜେଡ଼ି ସରକାର ବେଳେ ପ୍ରଶାସନର ପକ୍କା ଦୁଆରେ ବାରମ୍ବାର ମୁଣ୍ଡ ପିଟିଲେ ବି ଆଜି ଯାଏଁ ତାଙ୍କୁ ଆବାସ ମିଳି ନାହିଁ । ଯେଉଁଥିପାଇଁ ଯେତେବେଳେ ବି ବାତ୍ୟା କି ବନ୍ୟା ଭଳି ବିପର୍ଯ୍ୟୟ ଆସେ, ନିଜ ମାଟି ଘରକୁ ଛାଡି ଆଉ କାହା କୋଠା ଘରେ ନହେଲେ ସ୍କୁଲ ଘରେ ମୁଣ୍ଡ ଗୁଞ୍ଜନ୍ତି ଏହି ତିନି ଗାଁର ଲୋକ । ତେବେ ଏ ତ ଭାତ ହାଣ୍ଡିରୁ କେତୋଟି ମାତ୍ର । ପ୍ରକୃତରେ ଗରିବ ଓଡ଼ିଶାଙ୍କୁ ପକ୍କାଘର ମିଳିବାରେ ବାଧକ ସାଜିଥିଲେ ନବୀନ ସରକାର । ମୋଦି ନାଁ ନେଇଯିବେ, ସେଥିପାଇଁ ଗରିବଙ୍କୁ ଘର ଦେଉନଥିଲେ ବିଜେଡି ସରକାର । ଏ ସମ୍ପର୍କରେ ଗତ ଜୁଲାଇ ମାସରେ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ରଖିଥିବା ଉତ୍ତର ଖୋଲିଥିଲା ବିଜେଡି ସରକାରର ପୋଲ । ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନଦେବାରୁ ୨୦୧୬ରୁ ୨୦୨୪ ମଧ୍ୟରେ ଓଡ଼ିଶାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଛି । 

ସେପଟେ ବାତ୍ୟା କ୍ଷୟ କ୍ଷତି ସମୀକ୍ଷା ବେଳେ କଚ୍ଚା ଘର ଭାଙ୍ଗିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏତେ ଯୋଜନା ସତ୍ତ୍ୱେ କାହିଁକି ଲୋକ ପାଉ ନାହାନ୍ତି ପକ୍କା ଘର ? କେତେ ଲୋକ କଚ୍ଚା ଘରେ ରହୁଛନ୍ତି ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ଦେବେ ଜିଲ୍ଲାପାଳ । ଖୁବଶୀଘ୍ର ଆଉ ଥରେ ସର୍ଭେ କରାଯିବା ସହ କେନ୍ଦ୍ରକୁ ରିପୋର୍ଟ ପଠାଯିବ । ଆଗରୁ କରାଯାଇଥିବା ସର୍ଭେ ଭୁଲ ଥିଲା ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ । ପକ୍କା ଘର ନଥିବାରୁ ଏଥର ବାତ୍ୟା ବେଳେ ୮ ଲକ୍ଷ ୧୦ ହାଜର ୮୯୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ସରକାର । ବାତ୍ୟାରେ 5839 ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ତେବେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କଚ୍ଚା ଘର ପାଇଁ ସରକାର ପକ୍କା ଘର ଯୋଗାଇଦେବେ ବୋଲି କହିଛନ୍ତି ମନ୍ତ୍ରୀ । 

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଆଜି ସୁଦ୍ଧା ଓଡ଼ିଶାର ଗ୍ରାମାଞ୍ଚଳ ପାଇଁ 28 ଲକ୍ଷ 49 ହାଜର 889 ପିଏମ ଆବାସ ପକ୍କା ଘର ଦେବା ଲାଗି ଟାର୍ଗେଟ ରହିଛି । 28 ଲକ୍ଷ 47 ହାଜର 47 ଜଣ ହିତାଧିକାରୀ ଘର ପାଇବା ପାଇଁ ଆବେଦନ କରିଛନ୍ତି । ତେବେ ଏବେ ସୁଦ୍ଧା ଓଡ଼ିଶା ପାଇଁ 28 ଲକ୍ଷ 16 ହାଜର 492 ପକ୍କା ଘର ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରୁ 28 ଲକ୍ଷ 38 ହାଜର 225 ଘରର ଜିଓ ଟ୍ୟାଗ ହୋଇ ହୋଇଥିବା ବେଳେ 22 ଲକ୍ଷ 92 ହାଜର 974 ଘର ନିର୍ମାଣ ସଂପୂର୍ଣ୍ଣ ହୋଇଛି ।


 

BUS
2m ago
ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସହରରେ ମୋ ବସ୍ ଚଳାଚଳ ଠପ୍ । ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ ଆଜି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରିଛନ୍ତି
WOMEN
8m ago
ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା
ଅର୍ଗସ ବ୍ୟୁରୋ: ମଦ ବିରୋଧରେ ମହିଳାଙ୍କ ମହାମେଳି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍
70ବର୍ଷରୁ
13m ago
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର
ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ଆଉ ପରିବାର ପାଇଁ ପାଲଟିବନି ବୋଝ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ୍ମା