ଅର୍ଗସ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ଅଖନୁର ସେଣ୍ଟରରେ ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଆଜି ଦ୍ବିତୀୟ ଦିନରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗତକାଲି ପ୍ରଥମେ ସେନା ଗାଡ଼ି ଉପରକୁ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ପରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ ହୋଇଥିଲା । ଅନ୍ୟ ୨ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳେ ଲୁଚି ଯାଇଥିଲେ । ଯାହାକୁ ନେଇ ଜାରି ରହିଛି ସର୍ଚ୍ଚ ଅପରେସନ । ଦୀପାବଳି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: