ଲାଲ ଦେଖା ଗଲାଣି ଆକାଶ ,ଭୟଙ୍କର ରୂପ ନେବ ବାତ୍ୟା
by Argus News
Tue, Oct 22 | 11:26 a.m.

ଅର୍ଗସ ବ୍ୟୁରୋ : ଲାଲ ଦେଖା ଗଲାଣି ଆକାଶ । ଫନି ଠୁ ଭୟଙ୍କର ରୂପ ନେବ ବାତ୍ୟା ।  ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ  ଏଭଳି ଆଶଙ୍କା କରିଛନ୍ତି ବ୍ରହ୍ମଗିରିର ମତ୍ସ୍ୟଜୀବୀ ।  ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଶଙ୍କାରେ ପୁରୀ ପର୍ଯ୍ୟଟକ। ବାତ୍ୟା ଭୟ ପାଇଁ ଆଗୁଆ ପୁରୀ ଛାଡ଼ିଛନ୍ତି ଶହ ଶହ ସଂଖ୍ୟକ ପର୍ଯ୍ୟଟକ। ପୂଜା ଛୁଟି କାଟିବାକୁ ପୁରୀ ଆସିଥିବା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଏବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ। ପର୍ଯ୍ୟଟକ ମାନେ ପୁରୀ ଛାଡ଼ିବା ଦେଖିବାକୁ ମିଳିଛି। ଛୁଟି କାଟିବା ପରିବର୍ତ୍ତେ ବିଷର୍ଣ୍ଣ ମନରେ ପୁରୀ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଏହି ପର୍ଯ୍ୟଟକ ମାନେ ।

ଅଧିକ ପଢନ୍ତୁ : ଅବପାତରେ ପରିଣତ ହେଲା ଲଘୁଚାପ

ତେବେ ବାତ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ତରଫରୁ ଆସନ୍ତା ୨୩ ତାରିଖ ପୂର୍ବରୁ ପର୍ଯ୍ୟଟକଙ୍କୁ  ପୁରୀ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ଏହାସହିତ ଯେଭଳି କୌଣସି ପର୍ଯ୍ୟଟକ ପୁରୀ ନଆସିବେ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଯେଉଁମାନେ ପୁରୀ ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା
4m ago
ବାତ୍ୟାକୁ ନେଇ ଐତିହ୍ୟର ସୁରକ୍ଷା ନିମନ୍ତେ ଏଏସଆଇ ପକ୍ଷରୁ ଚିଠି
ଅର୍ଗସ ବ୍ୟୁରୋ : ବାତ୍ୟାକୁ ଦୃଷ୍ଟିରେ ରଖି ଐତିହ୍ୟ କୀର୍ତ୍ତିରାଜି ଗୁଡିକର ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଏଏସଆଇ। ପୁରୀ, କଟକ, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଳାରେ ଥିବା ସମସ୍ତ ଐତିହ୍
ହାଇକୋର୍ଟ
10m ago
ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ଦାନା ବାତ୍ୟା ନେଇ ହାଇକୋର୍ଟରେ ଶୁଣାଣୀ। ଆଜି ଦିନ ୨ଟା ସୁଦ୍ଧା ଦଶହରା ପାଇଁ କଟକ ସହରରେ ଲାଗିଥିବା ବାଉଁଶ ଗେଟ, ଲାଇଟ ଗେଟ ତୁରନ୍ତ କାଢିବା ପାଇଁ ନିର୍ଦ୍ଦେଶ।
ବାତ୍ୟା 'ଦାନା'
16m ago
ମାଡ଼ି ଆସୁଛି ବାତ୍ୟା 'ଦାନା'
ଅର୍ଗସ ବ୍ୟୁରୋ : ଗଭୀର ଅବପାତରେ ପରିଣତ ହେଲା ପୂର୍ବ ମଧ୍ୟ ବଙ୍ଗୋପ ସାଗରରେ ସୃଷ୍ଟିହୋଇଥିବା ଅବପାତ । ଗୁରୁବାର ରାତି-ଶୁକ୍ରବାର ସକାଳ ମଧ୍ୟରେ ପୁରୀରୁ ପଶ୍ଚିମବଙ୍ଗ ସାଗର ଦୀପ ମଧ୍ୟରେ ଉପକୂ