ନିର୍ବାଚନ ପାଇଁ ନିୟମ ଭାଙ୍ଗିଲେ ରାଜ୍ୟ ସରକାର
by Argus News
Fri, Feb 23 | 7:56 p.m.

ଭୁବନେଶ୍ୱର:  ଚାଷୀ ଅସନ୍ତୋଷ ଦବାଇବାକୁ ଚେଷ୍ଟା। ନିର୍ବାଚନ ପାଇଁ ନିୟମ ଭାଙ୍ଗିଲେ ରାଜ୍ୟ ସରକାର। ନିର୍ଦ୍ଧାରିତ ସମୟ ପୂର୍ବରୁ କାଳିଆ ଟଙ୍କା ବାଣ୍ଟିବାକୁ ମସୁଧା। ବିରୋଧୀଙ୍କ ଅଭିଯୋଗ ନିର୍ବାଚନ ପାଇଁ ରାଜ୍ୟ ସରକାର କରୁଛନ୍ତି କାଳିଆ ଭେଳିକି । ଚାଷୀଙ୍କ ଦାବି 4 ହଜାର ନୁହେଁ 10 ହଜାର ଦିଅନ୍ତୁ ସରକାର। ଖସୁଥିବା ଭୋଟ ବ୍ୟାଙ୍କକୁ ଦେଖି ଭୟଭୀତ ଶାସକ ଦଳ । ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପୁଣି ଥରେ କାଳିଆ ଲଲିପପ୍ ଧରାଇବାକୁ ଯାଉଛନ୍ତି ରାଜ୍ୟ ସରକାର । ଗୁରୁବାର ରାଜ୍ୟ କ୍ୟାବିନେଟ୍ ରେ ପୂର୍ବ ନିର୍ଦ୍ଧାରିତ ନିୟମକୁ ପରିବର୍ତ୍ତନ କରି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ବାଣ୍ଟିବାକୁ କରାଯାଇଛି ମସୁଧା ।

ନିଷତ୍ତି ଅନୁଯାୟୀ ଏଣିକି ଏପ୍ରିଲ 1 ତାରିଖ ଅକ୍ଷୟ ତୃତୀୟା କି ସେପ୍ଟମ୍ବର 1 ନୂଆଖାଇ ନୁହେଁ ଯେ କୌଣସି ସମୟରେ କାଳିଆ ଟଙ୍କା ଚାଷୀଙ୍କୁ ଦେଇ ପାରିବେ ରାଜ୍ୟ ସରକାର । ସେହିପରି ଭୂମିହିନ ଚାଷୀ ପରିବାକକୁ ବର୍ଷକୁ ପୂର୍ବରୁ 12500 ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ସେହି ରାଶିକୁ 2000 ବୃର୍ଦ୍ଧି କରି 14500 ଦେବାକୁ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ । ଏ ସବୁ ଭିତରେ ଯୋଜନାର ଅବଦ୍ଧି ଶେଷ ହେଉଥିବାରୁ ଆଉ ତିନି ବର୍ଷ ଅର୍ଥାତ 2027 ପର୍ଯ୍ୟନ୍ତ କାଳିଆ ଯୋଜନାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ବିରୋଧୀଙ୍କ ଅଭିଯୋଗ ଚାଷୀଙ୍କୁ ଶାସକ ଦଳ ରାଜନୈତିକ ମୋହରା କରିଥିବାରୁ ରାଜ୍ୟର ଚାଷୀ ପରିବାରଙ୍କ ମାସିକ ଆୟ ତଳ ଆଡୁ ଦୁଇ ନମ୍ବର ଅର୍ଥାତ 5111 ଟଙ୍କାରେ ସୀମିତ ।  ସେପଟେ ଚାଷୀଙ୍କ ପ୍ରଶ୍ନ କାଳିଆ ରାଶିକୁ 10 ହଜାରରୁ କାହିଁକି କମାଇ 4 ହଜାର କଲେ ସରକାର.. ନିର୍ବାଚନ ଥିବାରୁ ସରକାର ଯଦି କାଳିଆ ରାଶି ଦେଉଛନ୍ତି ତେବେ  ପୂର୍ବ ଘୋଷଣା ଅନୁସାରେ 5 ହଜାର  ଦିଅନ୍ତୁ ବୋଲି ଚାଷୀ ଦାବି କରିଛନ୍ତି।

ରାଜ୍ୟର ଚାଷୀଙ୍କ ସଂଖ୍ୟା 78 ଲକ୍ଷ 86 ହଜାର 72 । ମୁଖ୍ୟମନ୍ତ୍ରୀ ଘୋଷଣା କଲେ 75 ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ବର୍ତ୍ତମାନ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ମାତ୍ର 44 ଲକ୍ଷ ଚାଷୀ ।  ମାତ୍ର କେନ୍ଦ୍ରର ପିଏମ କିଷାନ ଯୋଜନା ବେଳକୁ 30 ଲକ୍ଷ ପାର ହେଉନି ରାଜ୍ୟ ସରକାର ପଠାଇଥିବା ତାଲିକା । ଯେଉଁଥିପାଇଁ ଆସନ୍ତା 28 ତାରିଖରେ ମିଳିବାକୁ ଥିବା ପିଏମ କିଷାନରୁ ପାଖାପାଖି 14 ଲକ୍ଷ ଓଡିଆ ଚାଷୀ 16 ତିମି କିସ୍ତି ପାଇବାରୁ  ବଞ୍ଚିତ ହେବେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ