“ପିରିୟଡିକ୍ ଲେବର ଫୋର୍ସ ସର୍ଭେ” ତଥ୍ୟ ଅନୁଯାୟୀ ଓଡ଼ିଶା ସହରାଚଂଳରେ ଯୁବବର୍ଗର ବେକାରୀ ସମସ୍ୟା ଉତ୍କଟ
by Argus News
Thu, Nov 30 | 5:45 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ଋତୁରେ ପୁରା ପୃଷ୍ଠା ରଙ୍ଗିନ ବିଜ୍ଞାପନ ଦ୍ୱାରା ନିଜ ବିଫଳତାକୁ ଲୁଚାଇବାର ଅପଚେଷ୍ଟା କରାଯାଇପାରେ, କିନ୍ତୁ ଏହାଦ୍ୱାରା ମିଥ୍ୟାକୁ ସତ୍ୟରେ ପରିଣତ କରାଯାଇପାରେ ନାହିଁ । ଅବସର ପରବର୍ତୀ ନିଯୁକ୍ତିକୁ ରାଜନୈତିକ ଥଇଥାନ ବୋଲି କୁହାଯାଇପାରେ, ପାପଲବ୍ଧ କ୍ଷମତାର ଅନୈତିକ ଭାଗବଂଟା ବୋଲି କୁହାଯାଇପାରେ । କିନ୍ତୁ ତାହା ଯୁବ ସମାଜ ପାଇଁ ନିଯୁକ୍ତିର ପରିଚାୟକ ହୋଇପାରେ ନାହିଁ । ଭାରତ ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ତ୍ରୈମାସିକ “ପିରିୟଡିକ୍ ଲେବର ଫୋର୍ସ ସର୍ଭେ” ଏହି କଥାକୁ ପ୍ରମାଣିତ କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଉପରୋକ୍ତ ରିପୋର୍ଟ ଭାରତ ବର୍ଷର ବିଭିନ୍ନ ପ୍ରଦେଶରେ ସହରାଂଚଳ ବେକାରୀ ସମସ୍ୟା ଉପରେ ଆଲୋକପାତ କରିଛି । ଏଥିରେ ପ୍ରକାଶପାଇଛି ଯେ, ଭାରତର ସହରାଚଂଳ ଯୁବବର୍ଗମାନଙ୍କ ଭିତରେ ବେକାରୀ ୧୭.୩ ପ୍ରତିଶତ ଥିବାବେଳେ ଓଡିଶାରେ ତାହା ୨୦.୯ ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ ଭାରତୀୟ ଯୁବକମାନଙ୍କ କ୍ଷେତ୍ରରେ ବେକାରୀ ୧୫.୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ତାହା ୧୬.୯ ପ୍ରତିଶତ ରହିଛି । ସେହିପରି ଯୁବତୀମାନଙ୍କ କ୍ଷେତ୍ରରେ ଭାରତୀୟ ସହରମାନଙ୍କ ପାଇଁ ଏହି ଅନୁପାତ ୨୨.୯ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ତାହା ୩୧.୯ ପ୍ରତିଶତ । ଏଥିରୁ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଦାବି ଯେ, “ଏକ ଫମ୍ଫା ମାଠିଆର ଶବ୍ଦ” ତାହା ବେଶ୍ ପ୍ରମାଣିତ ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ତେଣୁ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ମହାବିଦ୍ୟାଳୟମାନଙ୍କୁ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରିଦେଲେ ଓଡ଼ିଶା ଯୁବସମାଜର ଅସଲ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଏପରି ଅପଚେଷ୍ଟା ନିଯୁକ୍ତି ଭଳି ଅସଲ ପ୍ରସଙ୍ଗରୁ ଓଡ଼ିଆ ଯୁବସମାଜକୁ ରାଜ୍ୟ ସରକାର ବିଭ୍ରାନ୍ତ ନକରନ୍ତୁ  ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି । 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ