ବିକାଶରେ ବାଧକ ସାଜିଛନ୍ତି ରାଜ୍ୟ ସରକାର
by Argus News
Tue, Nov 28 | 7:10 p.m.

ଅର୍ଗସ ବ୍ୟୁରୋ : ପର୍ଯ୍ୟଟନ ଠୁ ନେଇ ପୋର୍ଟ ବିକାଶ ସବୁଥିରେ ବାଧକ ରାଜ୍ୟ ସରକାର । ପାରାଦ୍ବୀପ ପୋର୍ଟକୁ ଏକ ନମ୍ବର କରିବା ଲାଗି ମିଳୁନି ରାଜ୍ୟ ସରକାରଙ୍କ ସହଯୋଗ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ଏଭଳି ସାଙ୍ଘାତିକ ଅଭିଯୋଗ ଆଣି କହିଛନ୍ତି, ପାରାଦ୍ବୀପ ପୋର୍ଟ ସଂଯୋଗ କରୁଥିବା କଟକ-ପାରାଦ୍ବୀପ ରୋଡ ଅବସ୍ଥା ଶୋଚନୀୟ । ରାସ୍ତା ବହୁତ ଅଣ ଓସାରିଆ ରହିଛି । ଗମନାଗମନରେ ଅସୁବିଧା ହେଉଥିବାରୁ ପୋର୍ଟକୁ ସେଭଳି ବେପାର ଆସୁନାହିଁ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାସ୍ତା ସମ୍ପ୍ରସାରଣ କରିବା କାମ ରାଜ୍ୟ ସରକାରଙ୍କର ମାତ୍ର ତାହାକୁ ସେ କରୁ ନାହାନ୍ତି । ଏପରିକି ରାସ୍ତା ଚଉଡ଼ା କରିବାକୁ ପୋର୍ଟ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ ବି କରିଛି । ତା ପରେ ବି ରାଜ୍ୟ ସରକାର କୌଣସି ଆଗ୍ରହ ଦେଖାଉ ନାହାନ୍ତି । ସେପଟେ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ନାଲି ଆଖି ଦେଖାଇଛନ୍ତି ବିଜେଡିର ପାରାଦ୍ୱୀପ ବିଧାୟକ । ପ୍ରତିକ୍ରିୟା ରଖି କହିଛନ୍ତି  ବିନା କାରଣରେ ଆମ ସହ ଲାଗନ୍ତୁ ନାହିଁ । ନଚେତ ଘଣ୍ଟାଏ ଭିତରେ ପାରାଦ୍ୱୀପ ପୋର୍ଟକୁ ଅଚଳ କରିଦେବୁ । ସେତେବେଳେ ଶ୍ରୀପଦ ନାୟକ ନଥିବେ କି କେହି ନଥିବେ । 

ତେବେ ବିଜେଡି ବିଧାୟକ ଅହଂଙ୍କାର କେବଳ ଏତିକିରେ ସମୀତ ନାହିଁ । ରାଷ୍ଟ୍ରପତିଙ୍କୁ ବି ରାଜନୀତି ଭିତରକୁ ଟାଣିଛନ୍ତି ସମ୍ବିତ । ଯାହାର ଜବାବ ମଧ୍ୟ ଦେଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ପୂର୍ବ ଭାରତ ବିକାଶର ପ୍ରୟୋଗଶାଳା ହେଉ ଓଡିଶା ତଥା ପାରାଦ୍ବୀପ । ମାତ୍ର ରାଜ୍ୟ ବିକାଶ ଓ ପ୍ରଗତିରେ କାହିଁକି ବାଧକ ସାଜୁଛନ୍ତି ରାଜ୍ୟ ସରକାର । ପୋର୍ଟକୁ ସଂଯୋଗ କରୁଥିବା ରାସ୍ତା ଚଉଡା ପାଇଁ ବାରମ୍ବାର ଅନୁରୋଧ ପରେ ବି କାହଁକି ଶୁଣୁ ନାହାନ୍ତି ? ପୂର୍ବ ଭାରତ ପ୍ରବେଶ ପଥରେ ବିକାଶର ଦୀପକୁ ଅଟକାଇବା ପଛରେ ରହିଛି କାହାର ସ୍ବାର୍ଥ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ