ରୂପାନ୍ତରିତ ନାମରେ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର
by Argus News
Thu, Dec 07 | 6:22 p.m.

ଅର୍ଗସ ବ୍ୟୁରୋ:  ରାୟଗଡ଼ା ଜିଲା ଗୁଡାରୀ ରେ 1998 ମସିହା ରେ ସ୍ଥାପନ ହୋଇ ଥିଲା ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟ l ଗୁଡାରୀ ଏବଂ ଚନ୍ଦ୍ରପୁର ପାଇଁ ଗୋଟିଏ ମାତ୍ର ଡିଗ୍ରୀ କଲେଜ l ଏହି ମହାବିଦ୍ୟାଳୟରେ 300 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ 5 ଗୋଟି ଶ୍ରେଣୀ କକ୍ଷ ରେ କରୁଥିଲାବେଳେ 5 ଜଣ ଅଧ୍ୟାପକ ଅଛନ୍ତି l  ଡିସେମ୍ବର ରେ ପିଲାଙ୍କ ପରୀକ୍ଷା ଥିବା ବେଳେ ପୂର୍ବରୁ ପିଲାଙ୍କ କୌଣସି ବିକଳ୍ପ ଶ୍ରେଣୀ ଗୃହ ର ବ୍ୟବସ୍ଥା ନ କରାଯାଇ ପୁରୁଣା ଶ୍ରେଣୀଗୃହ କୁ ମରାମତି କରିବା ପାଇଁ ଭାଙ୍ଗି ଦିଆଯାଇଛି l କଲେଜ ଉନ୍ନୟନ ପାଇଁ 2023 - 24 ଆର୍ଥିକ ବର୍ଷ ରେ ମୁଖ୍ୟମନ୍ତ୍ର ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରେ 25 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l କଥା ଦେଇଥିଲେ ଏକ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରି ନୂଆ ଶ୍ରେଣୀଗୃହ ହସ୍ତାନ୍ତର କରିବାକୁ l କିନ୍ତୁ ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି ହେଲା l

ସେପ୍ଟେମ୍ବରରୁ ମହା ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ସମସ୍ତ ଶ୍ରେଣୀଗୃହ ଭାଙ୍ଗିଦିଆ ଯାଇ ଆଜି ଯାଏ କୌଣସି ପ୍ରକାର ସୁବିଧା ନ କରାଯାଇଥିବାରୁ  ଛାତ୍ର ଛାତ୍ରୀ ମାନେ ବହୁତ୍ ଅସୁବିଧା ର୍ ସମୂଖୀନ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ l ଅଭିଭାବକ ମାନେ ଉନ୍ନୟନ କାମ କୁ ସ୍ଵାଗତ କରିଥିଲେ ମଧ୍ଛାୟ ଛେତ୍ଛାରତ୍ରୀଙ୍କ ପ୍ରତି ଏପରି ଅବହେଳା କୁ ନାପସନ୍ଦ କରିଛନ୍ତି l ଛାତ୍ର ଛାତ୍ରୀଙ୍କ ଉଜଳ୍ୱମୟ ଭବିଷ୍ୟତ ପାଇଁ ଶୈକ୍ଷିକ ବାତାବରଣ ର୍ ଉନ୍ନୟନ ନିହାତି ଆବଶ୍ୟକ l ଶିକ୍ଷାର ବ୍ୟବସ୍ତା ସଜାଡ଼ିବା ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି କୋଲେଜଟି ପ୍ରସାସନ ଆଡୁଆଳରେ ରହିଯାଇଛି।କେବେ ପଡିବ ସରକାରଙ୍କ ଦ୍ରୁଷ୍ଟି ତାହା ଦେଖିବାକୁ ବାକି ରହିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ