ଧାମରାରେ ଅନୁଷ୍ଠିତ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଲେ ରାଜ୍ୟ ସଭାପତି
by Argus News
Mon, Nov 27 | 5:21 p.m.

ଅର୍ଗସ ବ୍ୟୁରୋ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଗାଁରୁ ସହର ସବୁଠି ଚଳଚଞ୍ଚଳ। ଏହି କାର୍ତ୍ତିକ ମାସରେ ସବୁ ନଦୀ ପାଲଟି ଯାଆନ୍ତି ଗଙ୍ଗା । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସାମର୍ଥ୍ୟର ଜୟଗାନ କରେ । ଐତିହ୍ୟ, ପରମ୍ପରା, ସଂସ୍କୃତିକୁ ନେଇ ପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଦ୍ୱୀପପୁଞ୍ଜକୁ ବଣିଜ ବେପାର କରିବାକୁ ଯାଉଥିଲେ । ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ଓଡ଼ିଶାର ସାଧବପୁଅମାନେ ସବୁ ଜାଗାରେ ପଂହଚାଉଥିଲେ ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା । ସେ ସମୟରେ ଉତ୍କଳରେ ଶିକ୍ଷାର ମାନ ଯଥେଷ୍ଟ ଉଚ୍ଚକୋଟିର ଥିଲା । ଓଡ଼ିଶାର ସାଧବ ପୁଅଙ୍କ ଗାଥା ଆଜିର ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଉଛି । ‘ବୈଭବଶାଳୀ ଓଡିଶାର ପୁନଃନିର୍ମାଣ’  ହେଉଛି ଓଡିଆଜାତି ପାଇଁ ସବୁଠୁ ବଡ ଆହ୍ୱାନ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

 ଏବେ ସଂସ୍କୃତି ସ୍ୱରୂପ ଲୋକେ କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ଥାଆନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ଭଦ୍ରକ ଜିଲ୍ଲା ଧାମରେଇ ପୀଠରେ ଅନୁଷ୍ଠିତ ୭ତମ “ବୋଇତ ବନ୍ଦାଣ” ଉତ୍ସବରେ ଯୋଗ ଦେଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପିଙ୍କି ପ୍ରଧାନ, ବରିଷ୍ଠ ନେତା କାହ୍ନୁଚରଣ ବେହେରା, ଜିନା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ