ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କଲେ ରାଜ୍ୟ ସଭାପତି
by Argus News
Fri, Dec 01 | 6:46 p.m.

ଅର୍ଗସ ବ୍ୟୁରୋ : ଡିସେମ୍ବର ମାସର ପ୍ରଥମ ସପ୍ତାହକୁ “ଜିରୋ ଫାର୍ଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ” ଭାବେ ପାଳନ କରାଯାଉଛି । କିନ୍ତୁ ପ୍ରଥମ ଦିନରେ ହିଁ ରାଜ୍ୟରେ ତିନି ତିନୋଟି ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ପ୍ରଥମ ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁରେ ହୋଇଥିଲା ଓ ସେଠାରେ ୮ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଅନ୍ୟଟି ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ଚିନିମହୁଲଠାରେ ହୋଇଥିଲା ଏବଂ ସେଠାରେ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଭଦ୍ରକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ଶ୍ରୀ ସାମଲ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

୨୩ବର୍ଷ ନବୀନ ଶାସନରେ ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତବର୍ଷର ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଗତ ୫ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଛି । ସଡକ ଦୁର୍ଘଟଣାରେ ୨୦୨୨ରେ ୫ହଜାର ୪୬୭ଜଣ ମୃତ୍ୟୁ ହୋଇଥିବାବେଳେ ୧୧,୬୬୩ ଆହତ ହୋଇଛନ୍ତି ।  ଗତ ୫ବର୍ଷରେ ମୋଟ ୫୪,୭୯୦ଟି ସଡକ ଦୁର୍ଘଟଣା ହୋଇଛି ସେଥିରୁ ୨୫,୯୩୪ଜଣ ମୃତ୍ୟୁବରଣ କରିଥିବାବେଳେ ୫୧,୮୭୩ଆହତ ହୋଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ସଡକ ସଚେତନତା ବାବଦକୁ ୫ବର୍ଷରେ ୭୯କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହୁଛନ୍ତି । ଯଦି ରାଜ୍ୟ ସରକାର ସଡକ ଦୁର୍ଘଟଣା ପାଇଁ ଏତେ ଚିନ୍ତିତ ତାହାଲେ ରାଜ୍ୟରେ ଏତେ ପରିମାଣରେ ଦୁର୍ଘଟଣା କିପରି ବଢ଼ୁଛି ତାହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।

ନବୀନ ସରକାରରେ ମାଳ ମାଳ ଯୋଜନା, ଯାହାକି କେବଳ କାଗଜ କଲମରେ ସୀମିତ । କିନ୍ତୁ ତାହା ‘ଗ୍ରାଉଣ୍ଡ’ରେ କାର୍ଯ୍ୟକାରୀ ହେଉନାହିଁ । “ଆକ୍ସିଡେଂଟାଲ ଇମିଡିଏଟ୍ ରେସ୍‌ପନ୍ସ” ପାଇଁ ରାଜ୍ୟ ସରକାର କୌଣସି ଯୋଜନା କରିନାହାନ୍ତି । ଦୁର୍ଘଟଣାର ଘଂଟାଏ ପରେ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚୁଛି । ତତ୍କାଳୀନ ଚିକିତ୍ସା ପାଇଁ କୈାଣସି ନିର୍ଦ୍ଧିଷ୍ଟ ନୀତିନିୟମ ନାହିଁ । ରାଜ୍ୟ ସରକାରଙ୍କ “ମୃତ୍ୟୁ ଶୂନ୍ୟ ସପ୍ତାହ” ଆଜି ଏକ ପ୍ରହତ୍ସନରେ ପରିଣତ ହୋଇଥିବା ଏହା ଦୁର୍ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି । ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ପ୍ରତିଟି ବ୍ୟକ୍ତି ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ସାମଲ ଦାବୀ କରିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ