ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ସରିଲା ଗ୍ରୀଷ୍ମ ମୁକାବିଲା ବୈଠକ
by Argus News
Fri, Mar 01 | 6:13 p.m.

ଅର୍ଗସ ବ୍ୟୁରୋ: ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଗ୍ରୀଷ୍ମ ମୁକାବିଲା ବୈଠକ ସାରିଲା ଜିଲ୍ଲା ପ୍ରଶାସନ। ଆଜି ବୌଦ୍ଧ ଜିଲ୍ଲା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲାସ୍ତରୀୟ ହିଟ ୱେବ ପ୍ରସ୍ତୁତି ଵୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଜରୁରୀକାଳୀନ ବିଭାଗ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ। 

କିନ୍ତୁ ବୈଠକରେ ଜିଲ୍ଲାର ଅନେକ ଅଧିକାରୀ ଅନୁପସ୍ଥିତ ଥିବାବେଳେ ନାମକୁ ମାତ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନି ପ୍ରଶାସନ ବୈଠକ ସମ୍ପାଦନ କରାଯାଇଥିଲା l ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ନିଜେ ଅନୁପସ୍ଥିତ ରହିଥିବା ବେଳେ ପର୍ଯ୍ୟାୟ କ୍ରମେ ବୈଠକରେ ଅନ୍ୟ ଅଧିକାରୀଙ୍କ ସ୍ଥାନ ମଧ୍ୟ ଖାଲି ହୋଇଯାଇଥିଲା । ଖାଲି ଉପସ୍ଥାପନ ପକାଇବା ପାଇଁ ଅଧିକାରୀ ଆସୁଥିଲେ ଓ କିଛି ସମୟପରେ କକ୍ଷ ତ୍ୟାଗ କରି ଚାଲି ଯାଉଥିଲେ ।

ଯାହାଫଳରେ ବୈଠକର ମର୍ଯ୍ୟାଦା ହାନି ହୋଇଥିଲା ବୋଲି ତଳସ୍ତରର ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଜଳଛତ୍ର ,ଡାକ୍ତରଖାନା ଗୁଡିକରେ ଶୀତତାପ ନିୟନ୍ତ୍ରିତ ଅଂଶୁଘାତ କୋଠରୀ ପ୍ରସ୍ତୁତ ରଖିବା ସହ ଅନ୍ୟପଟେ ଗ୍ରୀଷ୍ମ ପ୍ରବାହରେ ଅତ୍ୟଧିକ ଗରମ ଓ ଗୁଳୁଗୁଳିକୁ ନେଇ ଜନସାଧାରଣଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥାଏ କିନ୍ତୁ ବିଦ୍ୟୁତ ବିଭାଗ ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ ରକ୍ଷଣାବେକ୍ଷଣ ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ ନ କାଟିବା ଓ ପାୱାର କଟ କମ କରିବା ପାଇଁ ବିଦ୍ୟୁତ ବିଭାଗକୁ କଡା ନିର୍ଦ୍ଦେଶ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ । ଅନ୍ୟପଟେ ଖରା ବଢ଼ୁଥିବାରୁ ୧୦ଟା ପରେ ବାହାରକୁ ବାହାରିଥିଲେ ହାତରେ ପାଣିବୋଟଲ ,ଗାମୁଛା,କଳା ଚଷମା ନେଇ ବାହାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ