ରତ୍ନଭଣ୍ଡାର ଭିତରେ ଖଣ୍ତ , ବର୍ଛ୍ଛା ଦେଖି ଚମକି ପଡିଲେ ତଦାରଖ ଟିମ 
by Argus News
Fri, Jul 19 | 7:50 p.m.

ପୁରୀ: 3 କାଠ ଆଲମିରା , ଗୋଟିଏ ଷ୍ଟିଲ ଆଲମିରା , 2ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ । ଭିତର ରତ୍ନ ଭଣ୍ଡାର ଖୋଲିବା ପରେ ରତ୍ନ ଭଣ୍ଡାର ତଦାରଖ କମିଟି ନଜରର ପଡିଥିଲା ଶହ ଶହ ବର୍ଷ ପୁରୁଣା କଳଙ୍କି ଓ ତାଲା ଲଗା ସିନ୍ଦୁକ । ଯାହାକୁ ଭାଙ୍ଗିବା ପରେ ବାହାରିଲା ମହାପ୍ରଭୁ ଙ୍କ ରତ୍ନ ଓ ସ୍ବର୍ଣ୍ଣ ଅଳଙ୍କାର । ହେଲେ ଆଲମିରା ହଟାଇବା ବେଳକୁ ହଠାତ ନଜରକୁ ଆସିଲା ବହୁ ପୁରାତନ ରାଜ ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର । କଳଙ୍କି ଲାଗି କଳା ପଡି ଯାଇଥିବାରୁ କେଉଁ ଧାତୁ ରା ତିଆରି ଜଣାପଡୁନଥିଲା । ଖଣ୍ଡା , ବର୍ଛ୍ଛା ସହ ଥିଲା ଠାକୁର ରଖିବା ଖଟୁଲି। ଚର୍ଚ୍ଚା ହେଉଛି ରାଜ୍ୟ ଜୟ ପରେ ସୁନା ଅଳଙ୍କାର ସହ ଅଣା ଯାଇଥିବା ଯୁଦ୍ଧ ସାମଗ୍ରୀକୁ ରତ୍ନଭଣ୍ତାର ଭିତରେ ରଖାଯାଇଥିଲା । ତେବେ ଏହା କେଉଁ କେତେ ବର୍ଷ ପୁରୁଣା , କେଉଁ ରାଜା ଙ୍କ ସମୟର ଓ କେଉଁ ଧାରତୁରେ ତିଆରି ତାହା ଅନୁସନ୍ଧାନ ପରେ ଜରପଡିବ ବୋଲି କହିଛନ୍ତି ଇତିହାସ ଗବେଷକ ।

ସେପଟେ ରତ୍ନ ଭଣ୍ଡାର ର ଭିତର ର ମରାମତି ର ଆବଶ୍ୟକତା ଥିଲେ ମଧ୍ୟ କାନ୍ଥ ଓ ଛାତ କେତ ଦୂର୍ବଳ ହୋଇଛି ତାହା ଜଣାପଡି ନାହିଁ । ତେଣୁ ଏ ଏସ ଆଇ ଦ୍ବାରା ଆଉ ଥରେ ଲେଜର ସ୍କାନିଂ କରିବାକୁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିବ ୧୧ ଜଣିଆ ତଦାରଖ କମିଟି । ସରକାର ସହମତି ପ୍ରକାଶ କଲେ ଏସ ଓ ପି ରେ ଏହାକୁ ଯୋଡା ଯିବା ସହ ଭିତର ଭଣ୍ଡାର ର ଲେଜର ସ୍କାନିଂ ହେବ। 

ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗତ 14 ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥି୍ଲା । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ସାଢ଼େ ସାତ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ଭିତର ଭଣ୍ଡାର ଗୃହରେ ଥିବା ସମସ୍ତ ଅଳଙ୍କାର କୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଅଣାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଖୁବଶୀଘ୍ର ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ  ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। 
 

ଖୋଲିଲା ଭିତର ରତ୍ନଭଣ୍ଡାର, ସ୍ଥାନାନ୍ତରଣ ହେବ ଅଳଙ୍କାର

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା