ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ
by Argus News
Mon, Sep 23 | 7:48 a.m.

ଅର୍ଗସ ବ୍ୟୁରୋ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ରତ୍ନଭଣ୍ଡାରର ନିରୀକ୍ଷଣ ତଥା ବୈଷୟିକ ସର୍ଭେ ଶେଷ ହୋଇଛି । ଆବଶ୍ୟକୀୟ ଅତ୍ଯାଧୁନିକ ବୈଜ୍ଞାନିକ ଉପକରଣ ବ୍ୟବହାର କରାଯାଇ ଏହି ପରୀକ୍ଷଣ ଓ ସର୍ବେକ୍ଷଣ କରାଯାଇଛି ।  ଦୁଇଦିନ ଧରି ଚାଲିଥିବା ଏହି ସର୍ଭେ ପରେ ଏ.ଏସ.ଆଇର ରିପୋର୍ଟକୁ ଅପେକ୍ଷା କରାଯିବ । ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ମରାମତି ପରେ ହେବ ଗଣତିମଣତି

ଏ.ଏସ.ଆଇର ସର୍ଭେ ପାଇଁ 3 ଦିନ ଲାଗି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା ଏବଂ ଦର୍ଶନ କଟକଣା ଥିଲା । ତେବେ ଏ.ଏସ.ଆଇର ସର୍ଭେ ସରିଯାଇଥିବାରୁ ଆଜିଠାରୁ ଆଉ କଟକଣା ରହିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।  

କଳା ଦାଗ
30m ago
କଳା ଦାଗ ଲିଭିଯିବ ଏହି ଚାରୋଟି ଘରୋଇ ଉପଚାରରେ
ଅର୍ଗସ ବ୍ୟୁରୋ: ବର୍ତ୍ତମାନର ବ୍ୟସ୍ତବହୁଳତା ଜୀବନରେ କଳାଦାଗର ସମସ୍ୟା ସାଧାରଣ ହୋଇଗଲାଣି । ଏହା ଆମର ପୁରା ଚେହେରାର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ । ପୁରୁଷ ହୁଅନ୍ତୁ କିମ୍ବା ମହିଳା ଏହ
ନିଯୁକ୍ତି
37m ago
କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଦୀପାଳି:ଟଙ୍କଧର ତ୍ରିପାଠୀ
ଅର୍ଗସ ବ୍ୟୁରୋ:କ୍ଷମତା ଥିଲେଦେଖାଉଥିଲେ ଲୋକଙ୍କୁ ଦବଙ୍ଗଗିରି,ନିର୍ବାଚନ ହାରିବା ପରେ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ। ନିଯୁକ୍ତ
ଚନ୍ଦ୍ରପୁର ବ୍ଲକ
ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା
ଅର୍ଗସ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଜମିଜମା ଘଟଣାକୁ ନେଇ ଚନ୍ଦ୍ରପୁର ବ୍ଲକ ଅଫିସରେ ତାଲା ପଡ଼ିଛି। ତାଲା ପଡିଥିବା ଯୋଗୁଁ ସରକାରୀ ଜନ ଅଭିଯୋଗ ଶୁଣାଣି ବାତିଲ ହେବାସହ