ଟି-୨୦ ବିଶ୍ୱକପ୍ ବିଜୟ ସହ ଫ୍ୟାନମାନଙ୍କୁ ଲାଗିଛି ବିରାଟ ଝଟକା
by Argus News
Mon, Jul 01 | 12:13 p.m.

ଅର୍ଗସ ବ୍ୟୁରୋ: ଭାରତକୁ ବିଶ୍ବକପ ଦେଇ ବିଶ୍ବ ବିଜେତା କଲେ। କିନ୍ତୁ ଟି-୨୦ ବିଶ୍ୱକପ୍ ବିଜୟ ସହ ଫ୍ୟାନମାନଙ୍କୁ ବିରାଟ ଝଟକା ଲାଗିଛି। ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା। କୋଟି କୋଟି ପ୍ରଶଂସକଙ୍କ ହୃଦୟ ଗତକାଲିର ମ୍ୟାଚ ସରିବା ପରେ ଭାଙ୍ଗିଗଲା। ଭାରତ ଟି-୨୦ ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଉଭୟ ବଡ ଘୋଷଣା କରିଛନ୍ତି । ଫ୍ୟାନମାନେ ଆଦୌ ପ୍ରସ୍ତୁତ ନୁହନ୍ତି ରୋହିତ ଏବଂ କୋହଲିଙ୍କୁ ଅବସର ଖବରକୁ ଗ୍ରହଣ କରିବାକୁ। 

 

ନିଜର ଶେଷ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ କୋହଲି । ଏଥିସହ ମ୍ୟାଚ ବିଜୟ ପଛରେ ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ । ବିରାଟ କହିଛନ୍ତି ଯେ ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍। ଏବେ ସମୟ ଆସିଛି ନୂଆ ପିଢିକୁ ଆଗକୁ ଯିବାର ।

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଡେବ୍ୟୁ କରିଥିଲେ ବିରାଟ କୋହଲି । ଶେଷ ମ୍ୟାଚ୍ ସାଉଥ ଆଫ୍ରିକା ବିପକ୍ଷରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ଅବସର ଘୋଷଣା କରିଛନ୍ତି । ସେହିଭଳି ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨୦୦୭ରେ କ୍ୟାରିୟର ଆରମ୍ଭ କରିଥିଲେ । ଉଭୟ କ୍ରିକେଟରଙ୍କ ଏଭଳି ଘୋଷଣା ପରେ ବିସିସିଆଇ ପ୍ରେସିଡେଣ୍ଟ ରୋଜର ବିନି ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ସେମାନଙ୍କ ଭଳି ଖେଳାଳିଙ୍କ ସ୍ଥାନ ପୂରଣ ଆମ ପାଇଁ କଷ୍ଟ ହେବ । ଆମ ମାନଙ୍କ ପାଇଁ ଏକ ବିରାଟ କ୍ଷତି। ଆଶା କରୁଛୁ କିଛି ଭଲ ଖେଳାଳି ଟିମ୍‌କୁ ଆସିବେ । ସେପଟେ ଦୀର୍ଘ ୧୧ ବର୍ଷ ପରେ ଭାରତ ପୁଣି ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। 

୧୭ ବର୍ଷ ପରେ ଗତକାଲି ଆଉ ଥରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍  ଜିତିଲା। ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି । ୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପଟେନସିରେ ଦଳ ଦିନିକିଆ ବିଶ୍ୱକପ୍ ଜିତିଥିଲା ।
ସେହିଭଳି ୨୦୦୭ରେ ଧୋନିଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ସଂସ୍କରଣର ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା । ତେବେ ପ୍ରଥମ ଥର ବିଶ୍ୱକପ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଧରିବାର ସ୍ୱପ୍ନ ଅଧୁରା ରହିଯାଇଛି । ଭାରତ ସବୁଥିରେ ଭଲ ପ୍ରଦର୍ଶନ କରି ବିଶ୍ୱକପ୍ ଟ୍ରଫି ହାତେଇ ନେଇଛି ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

କୁସୁମା ପ୍ରୋଜେକ୍ଟ
ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍
ଅର୍ଗସ ବ୍ୟୁରୋ: କୁସୁମା ପ୍ରୋଜେକ୍ଟ ନେଇ କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ । ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍ । ପୌରପାଳିକାର ମିଛର ପୋଲ୍ ଖୋଲିଲା କ୍ରୀଡ଼ା ବିଭା
ସୁଧା ମୂର୍ତ୍ତି
ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି
ଅର୍ଗସ ବ୍ୟୁରୋ: ସୁଧା ମୂର୍ତ୍ତି । ନିଜର ସାଧାରଣ ଜୀବନଯାପନ ଲାଗି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ରାଜ୍ୟସଭାରେ ସେ ଯେଉଁପରି ଭାବରେ ଓଜ୍ଵସୀ ଭାଷଣ ଦେଇଛନ୍ତି ତାହାକୁ ନେଇ ପୁର
ଡେଙ୍ଗୁ
ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟର