ଗଞ୍ଜେଇ ଚାଲାଣ କରୁଥିଲେ ଶିକ୍ଷକ, ଗିରଫ କଲା ପୋଲିସ
by Argus News
Fri, Dec 01 | 2:38 p.m.

ବଲାଙ୍ଗୀର : ବୌଦ୍ଧରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ତୁଷୁରା ପୁଲିସ ହାବୁଡ଼ରେ ପଡ଼ି ଫେରାର ଥିବା ଜଣେ ଶିକ୍ଷକଙ୍କୁ ପୁଲିସ ବୌଦ୍ଧରୁ  ଗିରଫ କରିଛି। ଗିରଫ ଶିକ୍ଷକ ହେଲେ ବୌଦ୍ଧ ଜିଲ୍ଲା ଗୁଚିତରା ଗ୍ରାମର ଉଦ୍ଧବ ଦୀପ ବୋଲି ଜଣାପଡ଼ିଛି। ସୂଚନା ମତେ , ବୌଦ୍ଧ ଜିଲ୍ଲା ଆଶ୍ରେଗାଁ ୟୁପିସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଟଙ୍କା କମାଇବା ନିଶାରେ ଗଞ୍ଜେଇ କାରବାର ବି କରୁଥିଲେ । ଗତବର୍ଷ ଜାନୁଆରି ୭ ତାରିଖରେ ନିଜ ନାମରେ ଥିବା ଏକ ଗାଡ଼ିରେ ନକଲି ନମ୍ବର (ଓଡି ୦୫- ୨୧୧୨) ଲଗାଇ ତୁଷୁରା ଦେଇ ଗଂଜେଇ ଚାଲାଣ କରୁଥିଲେ। ତୁଷୁରା ପୁଲିସ କପସିଲା ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ଗାଡ଼ିକୁ ଅଟକାଇଥିଲେ| ଗାଡ଼ିରେ ବସିଥିବା ଉଦ୍ଧବ ଦୀପ ଓ ଅନ୍ୟ ଜଣେ ପୁଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ |

ଅଧିକ ପଢନ୍ତୁ ଓଡିଶା ଖବର

ପୁଲିସ ଗାଡ଼ି ଯାଞ୍ଚ କରିବାରୁ ଗାଡ଼ିରୁ ୫୧ କେଜି ଗଂଜେଇ ବାହାରିବା ସହ ଗାଡ଼ି ନମ୍ବର ନକଲି ଥିବା ଜାଣିପାରିଥିଲା । ପରେ ପୁଲିସ ଚେସିସ୍ ନମ୍ବରକୁ ନେଇ ତଦନ୍ତ କରିବା ପରେ ଉଦ୍ଧବ ଦୀପ ବୋଲି ଜାଣିବାକୁ ପାଇଥିଲା ।ତୁଷୁରା ଥାନା ଅଧିକାରୀ ସଂଜୀବ ପଧାନଙ୍କ ନେତୃତ୍ବରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୁଲିସ ସହାୟତାରେ ପୁଲିସ ଉଦ୍ଧବ ଦୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଏହି ଚଢ଼ଉରେ ଏଏସ୍‌ଆଇ ଭାନୁପ୍ରିୟା ମହାନ୍ତି, ଏଏସ୍‌ଆଇ ଯୋଗେଶ ଧରୁଆ ପ୍ରମୁଖ ସାମିଲ ଥିଲେ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ