ସ୍ୱର୍ଣ୍ଣତ୍ରିଭୁଜ ମାନଚିତ୍ରରେ ସ୍ଥାନିତ ହେବ ପୁରୀ-କୋଣାର୍କ ରେଳମାର୍ଗ
by Argus News
Thu, Jun 27 | 4:59 p.m.

ଅର୍ଗସ ବ୍ୟୁରୋ: କୋଣାର୍କ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରୀ-କୋଣାର୍କ ରେଳପଥ ନିର୍ମାଣ ଏବେ ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱର୍ଣ୍ଣ ତ୍ରିଭୁଜ ଭାବେ ପରିଚିତ ପୁରୀ-କୋଣାର୍କ-ଭୁବନେଶ୍ୱରକୁ ଗଡିବ ଟ୍ରେନ । ପୁରୀ-କୋଣାର୍କ- 32 କିମି ରେଳପଥ ନିର୍ମାଣ କାର୍ଯ୍ୟ ପ୍ରାଥମିକ ସର୍ଭେ ଆରମ୍ଭ ହୋଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସମୁଦାୟ 37 ଟି ଗ୍ରାମ ଦେଇ ରେଳ ପଥ ଆସିବା ପାଇଁ ମାର୍ଗ ପ୍ରସ୍ତୁତ କରାଯାଇଛି ।   

ଏହି 37 ଟି ଗ୍ରାମର ବେସରକାରୀ ଥିବା 183.32 ହେକ୍ଟର ଜମି ଓ 35.40 ହେକ୍ଟର ସରକାରୀ ଜମି ସମୁଦାୟ 218.72 ହେକ୍ଟର ଜମିକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଜମି ଗୁଡିକୁ ଅଧିଗ୍ରହଣ କରାଯାଇ ରେଳ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ । 2021 ମସିହା ଅଗଷ୍ଟ 19ରେ ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୁରୀରେ ପ୍ରଥମେ ଘୋଷଣା କରିଥିଲା ବେଳେ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 

ତେବେ ଐତିହ କୋମାର୍କ ସୂର୍ଯ୍ୟମନ୍ଦିରକୁ ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟନ କ୍ଷେତ୍ର କରିବାକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । କୌଣାର୍କକୁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ଦେଶ ବିଦେଶରୁ ଏଠାକୁ ଲୋକେ ବୁଲିବାକୁ ଆସିଥାନ୍ତି । ତେବେ ଏହି ରେଳପଥ କାର୍ଯ୍ୟ ଶୀଘ୍ର ତ୍ୱରାନ୍ୱିତ ହେଲେ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ବିକାଶ ହେବ ।  

ଆହୁରି ପଢନ୍ତୁ ଓଡିଶା ଖବର...
 

HOROSCOPE
19m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
26m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ
ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ