କାଦୁଅ ରାସ୍ତାରେ ଜୋରଜବରଦସ୍ତ ଯାଉଛି ଟ୍ରକ୍
by Argus News
Sat, Jul 20 | 6:49 p.m.

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଡକାମୀଗୁଡାରେ ଅଭିନବ ଉପାୟରେ ଚାଷୀଙ୍କ ପ୍ରତିବାଦ । କାଦୁଅ ଭର୍ତ୍ତି ରାସ୍ତାରେ ବାଲି ଟ୍ରକ ଚଳାଚଳ ବିରୋଧରେ ରାସ୍ତାରେ ଧାନ ତଳି ରୋଇଛନ୍ତି ଚାଷୀ ।  ଅସାଧୁ ଅଫିସର ଓ ବାଲି ମାଫିଆଙ୍କ ମେଣ୍ଟ ଭାଙ୍ଗିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ଗାଁଲୋକ ।  ମାନୁ ନାହାନ୍ତି ମାଫିଆ । କାଦୁଅ ଭର୍ତ୍ତିରେ ରାସ୍ତାରେ ଗାଁ ଲୋକେ ଚାଲି ପାରୁନଥିବାବେଳେ ଟ୍ରକରେ ଚାଲୁଛି ବାଲି ଚୋରା ଚାଲାଣ । ବଢୁଛି ବିପଦ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାଡକାମୀଗୁଡାବାସୀ ଶେଷରେ ଅଭିନବ ଉପାୟରେ କରିଛନ୍ତି ବିରୋଧ । ରାସ୍ତାରେ ରୋଇଛନ୍ତି ଧାନ ।

ଏହି ରାସ୍ତା ଉପରେ ପ୍ରାୟ ପନ୍ଦର ଖଣ୍ଡ ଗାଁ ଲୋକେ ନିର୍ଭର କରୁଛନ୍ତି । ବ୍ଲକ କାର୍ଯ୍ୟ, ସ୍କୁଲ କଲେଜ କିମ୍ବା ହାଟ ବଜାର ଯିବା ପାଇଁ ଲୋକେ ଏହି ରାସ୍ତାରେ ଯାତାୟତ କରିଥାନ୍ତି । କିନ୍ତୁ ଅସରାଏ ବର୍ଷାରେ ସ୍ଥିତି ବେହାଲ ହୋଇଯା । ରାସ୍ତାରେ ଚାଲିବା ଅସମ୍ଭବ ହୋଇପଡ଼େ । ଏପରିକି ବର୍ଷାଦିନେ ଜରୁରୀ ସମୟରେ ଗାଁରେ ପହଞ୍ଚି ପାରେନି ଆମ୍ବୁଲାନ୍ସ କି ଦମକଳ । ଏପଟେ ବୋଝ ଉପରେ ନଳିତା ବିଡ଼ା ପରି ଘୋ ଘୋ ନାଦ କରି ସବୁଦିନ ଟ୍ରକ୍ ଯାଉଥିବାରୁ ଅଞ୍ଚଳବାସୀ ନାକେଦମ ହୋଇଛନ୍ତି । ଗାଁ ରାସ୍ତାରେ ଟ୍ରକର ବାଲି ଚାଲାଣକୁ ନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବାଲି ମାପିଆଙ୍କୁ ଏହି ରାସ୍ତା ଦେଇ ବାଲି ନନେବାକୁ ଅନକ ଥର ଲୋକେ ବାରଣ କରି ଆସୁଥିଲେ ବି ମାପିଆମାନେ କଥାକୁ ଖାତିର କରୁ ନାହାନ୍ତି ।  ରାଜ୍ୟରେ ନୂଆ ସରକାର ବିକାଶ ମୂଳକ କାର୍ଯ୍ୟକୁ ପ୍ରାଥମିକତା ଦେଉଥିବାବେଳେ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅସାଧୁ ଅଫିସର ଓ ବାଲି ମାଫିଆଙ୍କ ମେଣ୍ଟ ଭାଙ୍ଗିବାକୁ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମାଓ ପ୍ରବଣ ଅଞ୍ଚଳରେ
21m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ