ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ
by Argus News
Sun, Jun 23 | 7:53 p.m.

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ବର୍ବର କାଣ୍ଡ । ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ।ସୁରକ୍ଷାବଳ ପକ୍ଷରୁ ସିଲଗେର ଅଞ୍ଚଳକୁ ସର୍ଚ୍ଚ ଅପରେସନ ଜୋରଦାର। ସକାଳେ କମ୍ବିଂ ଅପରେସନରେ ଯାଉଥିବାବେଳେ ନକ୍ସଲ ଆକ୍ରମଣର ଶିକାର ହୋଇଥିଲେ ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିୟନ୍‌ର ଯବାନ। 

ସୂଚନା ଅନୁସାରେ, ସିଲଗେର ଏବଂ ତେକୁଲାଗୁଡେମ ମଧ୍ୟରେ ଏହି ବିସ୍ଫୋରଣ କରାଇଛନ୍ତି ନକ୍ସଲ । ରାସନ୍ ସାମଗ୍ରୀ ନେଇ ଯବାନ କ୍ୟାମ୍ପକୁ ଫେରିବା ବେଳେ ଏହି ଆଇଡି ବିସ୍ଫୋରଣ ହୋଇଛି । ଯବାନଙ୍କ ଏକ ଟ୍ରକକୁ ଆଇଡି ବ୍ଲାଷ୍ଟ କରି ଉଡ଼ାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସହିଦ ଯବାନମାନଙ୍କ ପାର୍ଥିବ ଶରୀର ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଏହି ଆକ୍ରମଣରେ ସହିଦ ହୋଇଥିବା ୨ ଜଣ ଯବାନ ସିଆରପିଏଫ କୋବ୍ରା ୨୦୧ ବାଟାଲିୟନର ବୋଲି ଜଣାଯାଇଛି ।

ସେପଟେ ସୁରକ୍ଷାବଳ ସୁକମା ଜିଲ୍ଲାରେ ପ୍ରଚୁର ପରିମାଣରେ ଜାଲ ନୋଟ ସହିତ ଛାପିବା ମେସିନ ପାଇଁ ବ୍ୟବହୃତ ଉପକରଣ ଜବତ କରିଛି । ଏ ନେଇ ଜଣେ ବରିଷ୍ଠ ପୋଲିସ କର୍ମୀ ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଏଠାରୁ ଏତେ ପରିମାଣର ଜାଲ ନୋଟ ଜବତ ହୋଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମାଓ ପ୍ରବଣ ଅଞ୍ଚଳରେ
11m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ