ପାରାଦ୍ୱୀପରେ ଆରମ୍ଭ ଦୁଇ ଦିନିଆ ସାଗର କବଚ-2 ସମରାଭ୍ୟାସ
by Argus News
Wed, Sep 25 | 9:36 a.m.

ଅର୍ଗସ ବ୍ୟୁରୋ:  ପାରାଦ୍ବୀପରେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ଓଡ଼ିଶାର 450 କିମି ଉପକୂଳ ସୁରକ୍ଷା ପାଇଁ ଚଳାଯାଉଥିବା ଏହି ଅଭିଯାନର ନାମ ହେଉଛି ସାଗର କବଚ-2। ଏହି ସମରାଭ୍ୟାସରେ କୋଷ୍ଟଗାର୍ଡ, ମୋରାଇନ ପୋଲିସ, ନୌସେନା, ଓଡ୍ରାଫ, ସିଆଇଏସଏଫ୍, ଗୁଇନ୍ଦା, କଷ୍ଟମ୍, ମତ୍ସ୍ୟ ଓ ବନ ବିଭାଗ  ଭଳି 18ଟି ବିଭାଗ ସାମିଲ ହେଉଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା ଉପରେ ଏଥିରେ ଗୁରୁତ୍ବ ଦିଆଯାଉଛି। ଜଳପଥକୁ ସୁରକ୍ଷା ଦେଵା ସହ ଆତଙ୍କବାଦୀ ଆକ୍ରମଣକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏଥିରେ ଅଭ୍ୟାସ କରାଯିବ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉପକୂଳବର୍ତ୍ତୀ ଵନ୍ଦର ଓ ସହରଗୁଡ଼ିକରେ  ମିଳିତ ସମରାଭ୍ୟାସ ସାଗର କବଚ କରାଯାଉଛି। ବର୍ଷକୁ ଦୁଇ ଥର ଏହି ଭଳି ଭାବେ ସମରାଭ୍ୟାସ ହୋଇଥାଏ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଶତରୂପା ସାମନ୍ତରାୟ
10m ago
ଜାତୀୟ ସ୍ତରୀୟ IIMCAA 2024 ସମ୍ମାନରେ ସମ୍ମାନିତ ହେଲେ ଶତରୂପା ସାମନ୍ତରାୟ
ଭୁବନେଶ୍ୱର: ଜାତୀୟ ସ୍ତରୀୟ IIMCAA 2024 ସମ୍ମାନରେ ସମ୍ମାନିତ ହେଲେ ଅର୍ଗସର special correspondence ଶତରୂପା ସାମନ୍ତରାୟ । ଦିଲ୍ଲୀର ଏକ ହୋଟେଲରେ ଚଳିତବର୍ଷ ଏହ
ଭରତପୁର ଥାନା
20m ago
ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ହେଲା ରିକ୍ରିଏସନ୍
ଭୁବନେଶ୍ୱର: ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ଆଜି ମାମଲାର ତଦନ୍ତ ପାଇଁ ଭରତପୁର ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍
ASTROLOGICAL
56m ago
ଜାଣନ୍ତୁ ଆଜିର ରାଶିଫଳ, ସତର୍କ ରୁହ ଏହି ରାଶି
ଅର୍ଗସ ବ୍ୟୁରୋ: କେମିତି କଟିବ ଆପଣଙ୍କର ଆଜିର ଦିନ। କଣ କହୁଛି ଆପଣ ରାଶିଫଳ। ମେଷ- ବ୍ୟୟ ଅଧିକ ହେଲେ ବି ଆୟ ସଂଖ୍ୟା ବଢିପାରେ । କୈାଣସି କାର୍ଯ୍ୟରେ ବିଚଳିତ ହୁଅନ୍ତୁ ନାହିଁ