ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ହେଲା ରିକ୍ରିଏସନ୍
by Argus News
Wed, Sep 25 | 11:31 a.m.

ଭୁବନେଶ୍ୱର:  ଭୁବନେଶ୍ବର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ଆଜି ମାମଲାର ତଦନ୍ତ ପାଇଁ ଭରତପୁର ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଘଟଣାଦିନ ରାତିରେ ଥାନାରେ କଣ ଘଟିଥିଲା, ପୋଲିସ ଅଧିକାରୀଙ୍କ ସହ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଯୁକ୍ତିତର୍କ ଘଟଣାର ପୁରା ସିନ୍ ରିକ୍ରିଏସନ୍ ହୋଇଛି । 

ଭରତପୁର ଥାନା ପରେ ପଥରଗାଡ଼ିଆ ଯିବେ କ୍ରାଇମବ୍ରାଞ୍ଚ ଟିମ୍ । ଯେଉଁଠାରେ ଥାନାକୁ ଆସିବା ପୂର୍ବରୁ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କର ରାସ୍ତାରେ କିଛି ଯୁବକଙ୍କ ସହ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଅନ୍ୟପଟେ ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । 

ଏନେଇ କୋର୍ଟଙ୍କ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ । ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ପୀଡ଼ିତା ରାଜି ହେବାରୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କ ଅନୁମତି ମାଗିଥିବା ସୂଚନା ମିଳିଛି । ଅଦାଲତଙ୍କ ଅନୁମତି ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ।

ସୂଚନାଯୋଗ୍ୟ, ଭରତପୁର ଥାନା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ବୈଠକରେ ଆଲୋଚନା ପରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ  ଅନୁରୋଧ କରାଯାଇଛି । ଏଥିସହ  ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି । ସେହି ଆଧାରରେ ତଦନ୍ତ ଚାଲିଛି ।  

ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା

ପ୍ରେମିକ
11m ago
ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା
ଭୁବନେଶ୍ୱର: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗ୍ରାମ ର ବିଶ୍ଵଜୀତ୍ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା
ଗୋଲାପୀ ଲୁଣ
13m ago
ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଗୋଲାପୀ ଲୁଣ
ଅର୍ଗସ ବ୍ୟୁରୋ: କୁହାଯାଏ କି ହିମାଳୟରୁ ଗୋଲାପୀ ଲୁଣରେ ବାହାର କରାଯାଏ । ଏହି ଲୁଣର ରଙ୍ଗ ଗୋଲାପୀ । ଆୟୁର୍ବେଦ ଅନୁଯାୟୀ ଏହି ଗୋଲାପୀ ଲୁଣ ଧଳା ଲୁଣ ଅପେକ୍ଷା ଅଧି
ବିଲୁଆ
ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ରେଞ୍ଜ ଅଧିନସ୍ଥ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗ୍ରାମରେ ବିଲୁଆ ଆକ୍ରମଣରେ ୨୦ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସକାଳେ ଏଭଳି ଘଟଣ