ନିର୍ବାଚନ ମଇଦାନରେ ଜନତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ପ୍ରତିଶ୍ରୁତି
by Argus News
Sun, Apr 21 | 8:06 p.m.

ସମ୍ବଲପୁର: ସମ୍ବଲପୁର ରେଢାଖୋଲରେ ନିର୍ବାଚନ ମଇଦାନରେ ଜନତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି ବଡ଼ ପ୍ରତିଶ୍ରୁତି । କହିଛନ୍ତି, ହଳିଆ ହୋଇ ସମ୍ବଲପୁରବାସୀଙ୍କ ସେବା କରିବେ । ମୋଦିଙ୍କ ଗ୍ୟାରେଣ୍ଟି, ଦୂର ହେବ ବିଡ଼ି ଶ୍ରମିକଙ୍କ ସମସ୍ୟା । ଏହାସହ ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାବାସୀଙ୍କ ଭାଗ୍ୟ ବଦଳିବ ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ରେଢାଖୋଲରେ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟାମ୍ପରଗଡ଼ରେ ଶ୍ରୀରାମ ସ୍ତୁତି ସମାରୋହରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଓଡ଼ିଶାରେ ବି ମୋଦି ସରକାର ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଓଡ଼ିଶାରେ  ହେବ ଡବଲ୍ ଇଞ୍ଜିନ ସରକାର । ଦିଲ୍ଲୀରେ ସମ୍ବଲପୁରବାସୀଙ୍କ କଥା ଉଠାଇବି । ଜନତାଙ୍କ ହଳିଆ ହୋଇ ସେବା କରିବି ।  
ଗରିବ, ଦୁଃଖୀ, ବଞ୍ଚିତ ଓ ମହିଳାଙ୍କ ସ୍ବାର୍ଥ ପ୍ରତି ଅଗ୍ରାଧିକାର ଦେଉଛନ୍ତି ମୋଦି ସରକାର।  2029 ଯାଏଁ ସବୁ ଗରିବଙ୍କୁ ମାଗଣାରେ 5 କିଲୋ ଚାଉଳ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । 2004ରୁ 2014, କଂଗ୍ରେସର 10 ବର୍ଷର ଶାସନରେ ଓଡ଼ିଶାକୁ ମିଳିଥିଲା ମାତ୍ର 3 ଲକ୍ଷ କୋଟି, ମୋଦିଙ୍କ ଶାସନର 10 ବର୍ଷରେ ଓଡ଼଼ିଶାକୁ ମିଳିଛି 18 ଲକ୍ଷ କୋଟିର ଅନୁଦାନ। କିନ୍ତୁ ବିଜେଡି ଶାସନରେ ମୋଦି ଦେଉଥିବା ଟଙ୍କା ହୋଇଯାଉଛି ବାଟମାରଣା। ଏଥିସହ ବିଡ଼ି ଶ୍ରମିକଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।  ସ୍ତୁତିସଭା ପୂର୍ବରୁ ରେଢାଖୋଲର ଡଙ୍ଗରପଡ଼ା ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଟାମ୍ପରଗଡ ସ୍ଥିତ ମା' ଦକ୍ଷିଣକାଳୀ ଶକ୍ତିପୀଠକୁ ଯାଇ ମଧ୍ୟ ମା'ଙ୍କ ଆଶିଷ ଲାଭ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

VILLAGE
now
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10
STRUGGLE
13m ago
ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ସଂଗ୍ରାମ
ଅର୍ଗସ ବ୍ୟୁରୋ: ଗୋଟିଏ ପଟେ ଜୀବନ ଆଉ ଗୋଟେ ପଟେ ଜୀବନ ପାଇଁ ସଂଗ୍ରାମ। ଏଥିରେ ବାଜିରେ ପଡିଛି ଜୀବନ। କେମିତି ବିପଦ ସଂଙ୍କୁଳ ଅବସ୍ଥାରେ ପିଇବା ପାଣି ସଂଗ୍ରହ କରୁଛନ୍ତି ମହିଳା
METEOROLOGICAL
26m ago
ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପାଗ ବିଭାଗ
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲା ପାଣିପା