ଏକବିଂଶ ଶତାବ୍ଦୀର ଆଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
by Argus News
Mon, Feb 26 | 5:09 p.m.

ଅର୍ଗସ ବ୍ୟୁରୋ : ଅମୃତ ଭାରତ ଷ୍ଟେସନ୍ ଗୁଡ଼ିକ ଆତ୍ମନିର୍ଭର ଭାରତର ନୂଆ ପରିଚୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଜି ଓଡ଼ିଶା ସମେତ ଦେଶର ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ସୋମବାର ଅନୁଗୋଳ ଜିଲ୍ଲା ତାଳଚେର ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅମୃତ ଭାରତ ଷ୍ଟେସନ ଓ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ରେଳ ଲାଇନ ଆମ ଦେଶର ସମୃଦ୍ଧିର ପ୍ରତୀକ । ଏହାକୁ ଗତି ଦେବା ପାଇଁ ମୋଦୀ ସରକାରଙ୍କ ତରଫରୁ ଓଡ଼ିଶାକୁ ଆଜି ରେଳବାଇ କ୍ଷେତ୍ରରେ ୨୩୦୦ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଉପହାର ମିଳିଛି । ଦେଶରେ ପ୍ରାୟ ୫୫୪ଟି ରେଳଷ୍ଟେସନର ପୁନଃବିକାଶ ହୋଇଥିବା ବେଳେ ଓଡ଼ିଶାରେ ୨୧ଟି ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ ହୋଇଛି ଏବଂ ଏଥିପାଇଁ ମୋଦୀ ସରକାର ଓଡ଼ିଶା ପାଇଁ ୯୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ଓଡ଼ିଶାରେ ୫୨ଟି ରୋଡ୍ ଓଭର ବ୍ରିଜ୍ ଏବଂ ରୋଡ୍ ଅଣ୍ଡର ବ୍ରିଜର ଲୋକାର୍ପଣ ଏବଂ ଭିତ୍ତିପ୍ରସ୍ତର ହୋଇଛି । ଏହି ୫୨ଟି ପ୍ରକଳ୍ପ ପାଇଁ ମୋଟ ୧୪୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଆଜି ଅମୃତ ଭାରତ ରେଳ ଷ୍ଟେସନ ଅଧୀନରେ ୧୨.୮ କୋଟି ଟଙ୍କା ବ୍ୟୟରେ ତାଳଚେର ଷ୍ଟେସନକୁ ବିକଶିତ କରାଯାଉଛି । ୨୩.୭୬ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ସିଟି ଷ୍ଟେସନ, ୧୮.୭୭ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡା ରୋଡ୍, ୧୮୫ କୋଟି ଟଙ୍କା ବ୍ୟୟରେ ଭଦ୍ରକ, ୧୯୭.୪ କୋଟି ବ୍ୟୟରେ ବାଲେଶ୍ୱର ରେଳ ଷ୍ଟେସନ, ୧୭.୫୦ କୋଟି ଟଙ୍କା ବ୍ୟୟରେ ବ୍ରଜରାଜନଗର ଷ୍ଟେସନ ସହ ୨୧ଟି ଷ୍ଟେସନର ନବୀକରଣ ହେବ । ଏହି ପଦକ୍ଷେପ ଯାତ୍ରୀ ସୁବିଧାକୁ ଆହୁରି ସୁଗମ କରିବ । ଏହାବ୍ୟତିତ ରେଳବାଇ ପକ୍ଷରୁ ୨୫ କୋଟି ୪୧ ଲକ୍ଷ ବ୍ୟୟରେ ଅନୁଗୋଳ ଷ୍ଟେସନର ଉନ୍ନତିକରଣ ମଧ୍ୟ ହେଉଛି । ୨୬ କୋଟି ୧୧ ଲକ୍ଷ ବ୍ୟୟରେ ଢେଙ୍କାନାଳ ଷ୍ଟେସନ ଓ ୨୨ କୋଟି ବ୍ୟୟରେ ମେରାମୁଣ୍ଡଳି ଷ୍ଟେସନକୁ ବିକଶିତ କରାଯାଉଛି ।  

ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ରେଳ ଭିତ୍ତିଭୂମିକୁ ମଜଭୂତ୍ କରିବା ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି । ଖୁବ ଶୀଘ୍ର ତାଳଚେର ବିମଳାଗଡ ରେଳ ଲାଇନ ସମ୍ପୂର୍ଣ୍ଣ ହେବ । ଅନୁଗୋଳ-ସୁକିନ୍ଦା ରୋଡ ମଧ୍ୟରେ ନୂଆ ଲାଇନ ବି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇସାରିଛି । ତାଳଚେର-ଅନୁଗୋଳ ଲୁପ୍ ଲାଇନ ପାଇଁ ଭାରତ ସରକାର ନିୟମିତ ଭାବେ ଅର୍ଥ ମଞ୍ଜୁର ପ୍ରଦାନ କରିଛନ୍ତି । ତେବେ ତାଳଚେର -ବିମଳାଗଡ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ବାଧକ ସାଜିଛି । ରାଜ୍ୟ ଶାସନ ଦାୟିତ୍ୱରେ ଥିବା ଲୋକମାନେ ତାଳଚେର ଅଞ୍ଚଳର ଲୋକଙ୍କ ଆକାଂକ୍ଷାକୁ ସମ୍ମାନ ଦେବା ଉଚିତ୍ । ମୋଦି ସରକାର ପୂର୍ବରୁ ରେଳବାଇ କ୍ଷେତ୍ରରେ ଦେଶରେ ବାର୍ଷିକ ହାରାହାରି ୩ ଲକ୍ଷ କୋଟି ଟଙ୍କାର କାମ ହେଉଥିଲା ମାତ୍ର ଏବେ ମୋଦି ସରକାରରେ ବାର୍ଷିକ ହାରାହାରି ୧୧ ଲକ୍ଷ କୋଟି ଟଙ୍କାର କାମ ହେଉଛି । ରେଳ ପ୍ରକଳ୍ପ ଗୁଡିକ କ୍ରିୟାନ୍ୱୟନ ହେବା ମୂଳ ବିଷୟ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ମୋଦୀ ସରକାରରେ ରେଳ ଭିତ୍ତିଭୂମି ତ୍ୱରାନ୍ୱିତ ହୋଇଛି । ଅର୍ଥର ଅଭାବ ନାହିଁ ।  କେବଳ ସହଯୋଗର ଆବଶ୍ୟକତା ଅଛି ।  ଭିତ୍ତିଭୂମି ଦୃଷ୍ଟିରୁ ତାଳଚେର, ଅନୁଗୋଳ ସମେତ ଓଡ଼ିଶାକୁ ଅଗ୍ରଣୀ ଅଞ୍ଚଳ କରିବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହୋଇଥିବା ବେଳେ ଏହି ସମୟରେ ଆମର ଦାୟିତ୍ୱ ହେଉଛି, ତାଳଚେର ଓ ଅନୁଗୋଳକୁ ସବୁ ଦୃଷ୍ଟିରୁ ବଡ଼ କରିବା । ଅଭିମାନ ଓ ସ୍ୱାଭିମାନ ପାଇଁ ଆମ ପୂର୍ବପୁରୁଷମାନେ ଯେଉଁ ଲଢେଇ କରିଥିଲେ, ସେହି ପରମ୍ପରାକୁ ବଜାୟ ରଖିବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ