ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ଵରଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
by Argus News
Mon, Nov 27 | 7:12 p.m.

ଅର୍ଗସ ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବାବା ଧବଳେଶ୍ଵରଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ଦିରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀୟ କର୍ମକର୍ତ୍ତା ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଥିଲେ କେନ୍ଦ୍ରମନ୍ତ୍ରୀ।  

ତେବେ ପୀଠର ଅବ୍ୟବସ୍ଥା ଦେଖି ଉଦବେଗ ପ୍ରକାଶ କରିଥିଲେ ଧର୍ମେନ୍ଦ୍ର। କହିଥିଲେ ଏ ଧାମ ପ୍ରତି ଓଡ଼ିଆଙ୍କର ଯେତିକି ଆସ୍ଥା ଅଛି, ସେହି ତୁଳନାରେ ଏଠାରେ ବ୍ୟବସ୍ଥା କମ୍ ଅଛି। ନିଜ କ୍ଷମତା ଓ ଦାୟିତ୍ଵ ଭିତରେ ଯାହା ସମ୍ଭବ କରିବି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆମ ରାଜ୍ୟର ଏକ ପବିତ୍ର ପୀଠରେ ବାବା ଧବଳେଶ୍ଵରଙ୍କ ଦର୍ଶନ ମିଳିଥିବାରୁ ନିଜକୁ ଭାଗ୍ୟବାନ ବୋଲି କହିଲେ ଧର୍ମେନ୍ଦ୍ର । ପିଲା ଦିନରୁ ଏହି ରାସ୍ତା ଦେଇ ଯିବା ଆସିବା କରିବା ସତ୍ବେ ବାବାଙ୍କ ଦର୍ଶନ କରିପାରିନଥିଲି ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ ଆଜି ସେହି ସୌଭାଗ୍ୟ ମିଳିଛି । ପ୍ରଥମ ଥର ପାଇଁ ବାବା ଧବଳେଶ୍ଵରଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । 

ସ୍ଥାନୀୟ ନାଗରିକ, ପୂଜକ ଏବଂ ଗୁରୁଜନ ମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଧର୍ମେନ୍ଦ୍ର । ପ୍ରଶାସନିକ ଅଧିକାରୀ ମାନଙ୍କୁ ସୁବ୍ୟବସ୍ଥାରେ ଦର୍ଶନ ପାଇଁ ଧନ୍ୟବାଦ ଦେଲେ ମନ୍ତ୍ରୀ । ଆମ ଦେଶ ଭାରତ ଏବଂ ଆମ ରାଜ୍ୟ ଓଡ଼ିଶା ଉପରେ ବାବାଙ୍କର ଆଶୀର୍ବାଦ ରହୁ ବାବା ଧବଳେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ