ଢେଙ୍କାନାଳରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ
by Argus News
Sun, Nov 05 | 8:11 a.m.

ଅର୍ଗସ ବ୍ୟୁରୋ: ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ସାରା ଦେଶରେ ପ୍ରସିଦ୍ଧ । ଏହି ପୂଜାକୁ ଲୋକମାନେ ଉତ୍ସାହର ସହ ଅପେକ୍ଷା କରନ୍ତି । ଏହା ଏକ ସଂସ୍କୃତି ଓ ସଂହତିର ମହୋତ୍ସବ ବୋଲି ଶନିବାର ଢେଙ୍କାନାଳର ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିବା ସହ ମାଆ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବାର ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବସ ଷ୍ଟାଣ୍ଡ ପୂଜା କମିଟି, ଗଣେଶ ବଜାର, ମହାବୀର ବଜାର, ଲକ୍ଷ୍ମୀ ବଜାର, ଜବାହାର ଛକ ସ୍ଥିତ ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିଥିଲେ । ସେହିପରି ମୀନା ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର ଓ ବାଜି ଛକ ଠାରେ ଥିବା ମାଆ ଗଜଲକ୍ଷ୍ମୀଙ୍କ ମେଢ ମଧ୍ୟ ଦର୍ଶନ କରିଥିଲେ । ଗଣେଶ ବଜାର ଗଜଲକ୍ଷ୍ମୀ ପୂଜା କମିଟିର ‘ହୀରକ ଜୟନ୍ତୀ ସମାରୋହ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଶକ୍ତି ପୂଜନ ହେଉଛି ଓଡ଼ିଆ ଜନଜୀବନର ଅଂଶ ବିଶେଷ ଏବଂ ଢେଙ୍କାନାଳର ଲକ୍ଷ୍ମୀପୂଜା ଏକ ସଂସ୍କୃତି ଓ ସଂହତିର ମହୋତ୍ସବ । ମାଆ ଗଜଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ । ସେ ହେଉଛନ୍ତି ବୈଭବ, ଐଶର୍ଯ୍ୟ ଏବଂ ମଙ୍ଗଳମୟୀ । 
ଓଡ଼ିଶା ଓ ଦେଶର ଅର୍ଥନୀତିକୁ ବଡ କରିବାରେ ଢେଙ୍କାନାଳର ଅବଦାନ ଅନେକ । ଦଶନ୍ଧି ଦଶନ୍ଧି ଧରି ଏଟାରେ ଗଜଲକ୍ଷ୍ମୀ ପୂଜା ପାଳନ ହେଉଛି । ଆଜି ପୂଜାରେ ଢେଙ୍କାନାଳ ଉତ୍ସବମୁଖ ହୋଇଛି। ଏହି ସମୟରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆମେ ଆମ ଅଞ୍ଚଳର ସ୍ଥାନୀୟ ଉତ୍ପାଦ କିଣିବା ସହ ଭୋକାଲ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା ଦରକାର । ଅପାର କରୁଣାମୟୀ ମାଆ ଗଜଲକ୍ଷ୍ମୀ, ସମସ୍ତଙ୍କ ପରିବାରରେ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ଆଣି ଦିଅନ୍ତୁ ବୋଲି ଏହା କାମନା।

ଗଜଲକ୍ଷ୍ମୀ ପୂଜାମଣ୍ଡପ ବୁଲିବା ଅବସରରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳର ପ୍ରସିଦ୍ଧ ବରା ଖାଇବା ସହ ନିଜର ପିଲାଦିନର ସ୍ମୃତିକୁ ମନେପକାଇଥିଲେ। ଏହି ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ