ଚାଲି ଚାଲି ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ରେଳମନ୍ତ୍ରୀ
by Argus News
Wed, May 22 | 4:35 p.m.

ଅର୍ଗସ ବ୍ୟୁରୋ : ବାଲେଶ୍ୱରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର । ସକାଳୁ ସକାଳୁ ପ୍ରଚାର ଆରମ୍ଭ କରିଦେଇଛନ୍ତି ରେଳମନ୍ତ୍ରୀ । ଚାଲି ଚାଲି ସଦର ମହକୁମାର ୧ ନମ୍ବର ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ଅଶ୍ୱିନୀ ବୈଷ୍ଣବଙ୍କ ସହ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ରେଳ ମନ୍ତ୍ରୀଙ୍କୁ ଦେଖି ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଫୁଲ, ଚନ୍ଦନରେ ବନ୍ଦାପନା କରି ଲୋକେ ସ୍ୱାଗତ କରିଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ଶାସକ କରୁଥିବା ବିଜେଡି ସରକାର କୌଣସି ବିକାଶ ମୁଳକ କାର୍ଯ୍ୟ ନକରି କେବଳ କେନ୍ଦ୍ର ସରକାରଙ୍କ ଯୋଜନାରେ ନିଜର ଷ୍ଟିକର ଲଗାଇ ବାହା ବାହା ନେବାକୁ ଚେଷ୍ଟା କରିଛି ବଜେଡି ସରକାର ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ରାଜ୍ୟର ବିକାଶ ପାଇଁ କେବଳ ବିଜେପି ଏକମାତ୍ର ବିକଳ୍ପ ବୋଲି ମଧ୍ୟ କହିଛନ୍ତି । ତେଣୁ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଦୁଇଟି ପଦ୍ମଫୁଲ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଛନ୍ତି ।

SONAKSHI SINHA
18m ago
ନିକାହ କରିବେ ଦବଙ୍ଗ ଗର୍ଲ...
ଅର୍ଗସ ବ୍ୟୁରୋ: ସୋନାକ୍ଷୀ ସିହ୍ନା ହେବେ ମୁସଲମାନ। ଯେଉଁ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋନାକ୍ଷୀ ତାଙ୍କ ବିବାହ ପୂର୍ବରୁ ମୁସଳମାନ ଧର୍ମ ଗ୍ରହଣ କରିବେ ଓ ତାଙ୍
ବ୍ୟବସାୟୀ ମୃତ
19m ago
ବାଣ ବିସ୍ଫୋରଣରେ ବ୍ୟବସାୟୀ ମୃତ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ବାଣ ବିସ୍ଫୋରଣ। ବାଣ ବିସ୍ଫୋରଣ ଘଟି ଜଣେ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣ
COCONUT WATER
22m ago
ଓଜନ କମାଇବ ନଡିଆ ପାଣି
ଅର୍ଗସ ବ୍ୟୁରୋ: ନଡ଼ିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି କୁହାଯାଏ । ଯଦି ଏହା ଠିକ୍ ସମୟରେ ଖିଆଯାଏ ଶରୀରରେ ଅନେକ ଲାଭ ପାଇପାରେ । ଯଦି କିଛି ଠିକ୍ ସମୟରେ ଖିଆଯାଏ ତେବ