୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ  
by Argus News
Thu, Nov 02 | 7:08 p.m.

ମାଲକାନଗିରି:  ଭିଜିଲାନ୍ସ ଜାଲରେ ମୋଟୁ RI ସୁରଜ କୁମାର ଵାଲା । ମାଲକାନଗିରି ଜିଲ୍ଲା ମୋଟୁ ରାଜସ୍ବ ନିରୀକ୍ଷକ (ଆରଆଇ) ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥ‌ିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡି ବସିଛନ୍ତି। ଅଭିଯୁକ୍ତ ଆରଆଇ ହେଲେ ସୁରଜ କୁମାର ବାଲା। ସୂଚନା ଅନୁସାରେ, ମୋଟୁ ଆରଆଇ ସୁରଜ କୁମାର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତିଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ।

ଆରଆଇ ଶ୍ରୀ ବାଲା ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଆଜି ବାକି ୧୫ ହଜାର ଟଙ୍କା ନେଉଥିଲେ। ତେବେ ସେ ଲାଞ୍ଚ ଗ୍ରହଣ କରିବାର ଅଳ୍ପ ସମୟରେ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ନଗଦ ୧୫ ହଜାର ଟଙ୍କା ଜବତ ହୋଇଥ୍‌ଲା । ଭିଜିଲାନ୍ସ ଟିମ୍ ଆରଆଇ ଶ୍ରୀ ବାଲାଙ୍କ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୪୫ ଗ୍ରାମରେ ଥ‌ିବା ଘରେ ମଧ୍ୟ ଚଢ଼ଉ କରାଯାଉଥିବା ସୂଚନା ମିଳିଛି । 

 ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ