ଅଜଣା ଜନ୍ତୁ ଭୟରେ ଗ୍ରାମବାସୀ ଆତଙ୍କିତ 
by Argus News
Thu, Nov 30 | 10:55 a.m.

ପୁରୀ: ସତ୍ୟବାଦୀ ଭଣ୍ଡାରୀ ଦଣ୍ଡା ଗ୍ରାମରେ ଅଜଣା ଜନ୍ତୁକୁ ଦେଖି ଆତଙ୍କିତ ଲୋକେ। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଭୋର 4 ଟା ସମୟରେ ଗ୍ରାମର ଜୈନିକ ମହିଳା ରଙ୍ଗଳତା ବରାଳ ଶୌଚ ହେବା ପାଇଁ ବାଡ଼ି ପଟକୁ ଯିବା ସମୟରେ ଏହି ଜନ୍ତୁ ତାଙ୍କୁ ଆକ୍ରମଣ କରିଥିଲା। ସେ ଭୟରେ ଚିତ୍କାର କରି ଗ୍ରାମବାସୀ ଙ୍କୁ ଡାକିଥିଲ। ପରେ ଗ୍ରାମବାସୀ ଙ୍କ ଦ୍ୱାରା ଏହି ଜନ୍ତୁ କୁ କାବୁ କରାଯାଇ ସ୍ଥାନୀୟ ଅଙ୍ଗନ ବାଡ଼ି କେନ୍ଦ୍ର ରେ ରଖାଯାଇଛି।

ଏହାକୁ ଦେଖିବାକୁ ଆଖ ପାଖ ଅଂଚଳ ଲୋକଙ୍କ ଭିଡ଼ ଜମିଛି। ବନ ବିଭାଗ କୁ ଏନେଇ ଖବର ଦିଆ ଯାଇଛି। ତେବେ ଏହି ଜୀବ ଟିର ନାମ ହନି ବ୍ୟାଜର୍ ବୋଲି  କୁହାଯାଉଛି। ଏହି ହନି ବ୍ୟାଜର୍ (ମେଲିଭୋରା କ୍ୟାପେନସିସ୍), ଯାହାକୁ ରେଟେଲ୍ ମଧ୍ୟ କୁହାଯାଏ। ଆଫ୍ରିକା, ଦକ୍ଷିଣ-ପଶ୍ଚିମ ଏସିଆ ଏବଂ ଭାରତୀୟ ଉପମହାଦେଶରେ ବିସ୍ତୃତ ଏକ ସ୍ତନ୍ୟପାୟୀ ପ୍ରାଣୀ । ଏହାର ବ୍ୟାପକ ପରିସର ଏବଂ ବିଭିନ୍ନ ବାସସ୍ଥାନରେ ଘଟିଥିବାରୁ ଏହା UCN ରେଡ୍ ତାଲିକାରେ ସର୍ବନିମ୍ନ ଚିନ୍ତା ଭାବରେ ତାଲିକାଭୁକ୍ତ । ମେଲିଭୋରା ବଂଶ ଏବଂ ମୁଷ୍ଟିଲିଡ୍ ସବଫ୍ୟାମିଲି ମେଲିଭୋରିନାରେ ଏହା ଏକମାତ୍ର ଜୀବନ୍ତ ପ୍ରଜାତି।
ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ