ଗୁହାରୀ ଶୁଣିଲାଣି ପ୍ରଶାସନ, ଗ୍ରାମବାସୀ ତିଆରି କଲେ କାଠ ପୋଲ
by Argus News
Wed, Oct 02 | 6:15 p.m.

ଅର୍ଗସ ବ୍ୟୁରୋ:  ଦୀର୍ଘ ଏକ ବର୍ଷ ଧରି ପୋଲ ନିର୍ମାଣ ପାଇଁ ସରକାରଙ୍କ ପଛରେ ଘୁରି ବୁଲିଲେ ଗ୍ରାମବାସୀ । କିନ୍ତୁ କେହିବି ଶୁଣିଲେ ନାହିଁ । ଶେଷରେ ଗ୍ରାମବାସୀ ନିଜ ଗ୍ରାମକୁ ଯାତାୟାତ ସୁବିଧା ପାଇଁ କାଠ ପୋଲ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ  ଦୁର୍ଗମ ମାଣ୍ଡାଇମରା ଗ୍ରାମ ପଞ୍ଚାୟତର ସାରାଲାପଦରରେ। ଗାଆଁ କୁ ଯିବାକୁ ହେଲେ ଦୀର୍ଘ 3 କିଲୋମିଟର ମାଟି ଓ ଖାଲ ଖମା ରାସ୍ତା ଦେଇ ଯିବାକୁ ପଡ଼େ । ସେଥିରେ ପୁଣି ଏକ ପାହାଡି ଝରଣା । ଝରଣା ଉପରେ ପୋଲ ଟେ ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି  ଅନେକ ଗ୍ରାମବାସୀ । ବାରମ୍ବାର ଏ ନେଇ ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଆସିଛନ୍ତି । ଏପରିକି ତତ୍କାଳିନ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ଙ୍କୁ ମଧ୍ୟ ଅଭିଯୋଗ  ଦେଇଛନ୍ତି । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଶ୍ରମ ଦାନ କରି ନିଜେ ଏହି ପୋଲ ନିର୍ମାଣ କରିଛନ୍ତି ।

ଅନେକ ସମୟରେ ଦୈନଦିନ ହାଟ ବଜାର,ସ୍କୁଲ କଲେଜ ଓ ମେଡିକାଲ୍ ଯିବାକୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ । ଖରାଦିନେ ଯେଣେ ତେଣେ ଚଳି ଯାଉଥିଲା । କିନ୍ତୁ ଏହି ବର୍ଷା ଦିନେ ହାଲତ ପୁରା ଖରାପ । ନା ଚାଲିକି ଯାଇ ପାରୁଥିଲେ ନା ଗାଡ଼ି ରେ ଯାଇ ପାରୁଥିଲେ ।ଏପରିକି ରୋଗୀ ଙ୍କୁ ନେବାକୁ ହେଲେ ବୋହିକୀ ନେଉଥିଲେ । ତେବେ ବାଧ୍ୟ ହୋଇ କାତି କୁରାଢି ଧରି ସଜବାଜ ହେଲେ ଓ ନିର୍ମାଣ କଲେ ଏହି ପୋଲ । 24 ବର୍ଷର ବିଜେଡି ସରକାର ସୁଣିଲାନି ଗୁହାରି । ବୁଝିଲାନି ଦୁର୍ଗମ ବାସୀଙ୍କ ଦୁଃଖ । ସୁଧରିଲେନି ଦୁର୍ଗମ ବାସୀଙ୍କ ସମସ୍ୟା । ଆଶା ବାନ୍ଧିଛନ୍ତି ବିଶ୍ୱାସ ରଖିଛନ୍ତି ଡବଲ ଇଞ୍ଜିନ ସରକାର ଉପରେ । ବଦଳିବ ଗ୍ରାମର ଚିତ୍ର । ଦୁରେଇବ ଦୁର୍ଗମବାସୀଙ୍କ ଦୁଃଖ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

NAVEEN PATNAIK
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ