ପାଣି ଟୋପେ ପାଇଁ ନିଆରା ପ୍ରତିବାଦ କଲେ ଗ୍ରାମବାସୀ
by Argus News
Sat, Feb 24 | 1:29 p.m.

ଅର୍ଗସ ବ୍ୟୁରୋ: ପାଣି ଟୋପେ ପାଇଁ ନିଆରା ପ୍ରତିବାଦ। ବାରମ୍ବାର ଅଭିଯୋଗ କଲେ ବି ଚେଇଁ ସୋଇଛି ପ୍ରଶାସନ। ଏନେଇ ନିଆରା ଭାବେ ପ୍ରତିବାଦ କଲେ ଗ୍ରାମବାସୀ  । ଗରା ବାଲ୍ଟି ଧରି ତରଭା ବ୍ଲକ ସମ୍ମୁଖରେ ମହିଳାମାନେ ଥାଳି ବଜାଇ ପ୍ରତିବାଦ କରିବା ସହିତ ଧାରଣା ଦେଇଛନ୍ତି ।  ତରଭା ବ୍ଲକ ଅନ୍ତର୍ଗତ ସରଗଜ ଗ୍ରାମର ବହୁ ମହିଳା ଏବଂ ପୁରୁଷ ପାନୀୟ ଜଳର ସମସ୍ୟାକୁ ନେଇ ତରଭା ବ୍ଲକ ଘେରାଉ କରିଥିଲେ I 

ଅନୁସାରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ ହେବ ସରଗଜ ଗ୍ରାମର ପ୍ରାୟ ଶତକଡା 80 ଭାଗ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି I ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ଭ ହେଉଥିବା ବେଳେ ଆଗକୁ ଆହୁରି ପାନୀୟ ଜଳର ସଙ୍କଟ ଦେଖାଦେବ। ଏ ନେଇ ଗ୍ରାମୀଣ ଜଳ ଯୋଗାଣ ଅଧିକାରୀ ତଥା ତରଭା ବ୍ଲକ ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ ସେମାନଙ୍କ କଥା କୌଣସି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି I

ଏହାର ଫଳ ସ୍ୱରୂପ ଆଜି ବାଜା ଗାଜା ସାଙ୍ଗକୁ ହାତରେ ଥାଳ, ଗରିଆ, ବାଲଟି ଧରି ଅଭିନବ ଉପାୟରେ ନିଜର ସମସ୍ୟାକୁ ପ୍ରଶାସନ ଆଗରେ ଉପସ୍ଥାନ କରିଛନ୍ତି ସରଗଜ ଗ୍ରାମବାସୀମାନେ I ଦୀର୍ଘ ସମୟ ଧରି ଥାଳ ବଜାଇ ମହିଳା ଓ ପୁରୁଷମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ I ଧାରଣା ସ୍ଥଳରେ ବିଡିଓଙ୍କ ଅନୁପସ୍ଥିତି ରହିଥିବ ବେଳେ rwss କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ସାହୁ ଖୁବ ଶୀଘ୍ର ପାନୀୟ ଜଳ ଯୋଗାଣର ସୁବିଧା କରାଯିବାର ପ୍ରତିଶୁତି ଦେବାପରେ ସମସ୍ତେ ଧାରଣାରୁ ଓହରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ