ପାରମ୍ପାରିକ ଗୀତ ନାଚ ସହ ଅମିତଙ୍କୁ ସ୍ୱାଗତ କଲେ ଗ୍ରାମବାସୀ
by Argus News
Thu, Aug 22 | 4:27 p.m.

ଅର୍ଗସ ବ୍ୟୁରୋ:  ସୁନ୍ଦରଗଡ଼, ଜନ୍ମ ମାଟିରେ ହକି ତାରକା ଅମିତ ରୋହିଦାସଙ୍କୁ ସ୍ୱାଗତ। ପାରମ୍ପାରିକ ଗୀତ ନାଚ ସହ ସ୍ୱାଗତ କଲେ ଗାଁବାସୀ। ଭାରତୀୟ ହକି ଦଳ ଅଲମ୍ପିକ୍ସ ରେ ବ୍ରୋଞ୍ଜ ମେଡାଲ ହାସଲ କରିବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମଭୂମି ସଉନାମରା ଆସିଛନ୍ତି ଅମିତ। ଅମିତ ଙ୍କୁ ସ୍ବାଗତ କରିବା ପାଇଁ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ କରାଯାଇଛି। ଅମିତ ପ୍ରଥମେ ନିଜ ଗାଁ ଘରକୁ ଯାଇ ତାଙ୍କ ମାଁ ଙ୍କୁ ଭେଟିଥିଲେ।

ମା'ଙ୍କୁ ଗୋଡ ଛୁଇଁ ମୁଣ୍ଡିଆ ମାରିବା ସହ ତାଙ୍କୁ ମେଡାଲ ପିନ୍ଧାଇ ଅଲମ୍ପିକ୍ସ ମେଡାଲଟି ମା ଙ୍କ ପାଇଁ ଆଣିଛି ବୋଲି କହିଥିଲେ। ଏହାଛଡ଼ା ଅମିତ ତାଙ୍କର ପ୍ରଥମ କୋଚ ବିଜୟ ଲାକ୍ରାଙ୍କୁ ମଧ୍ୟ ସାକ୍ଷାତ କରି ଧନ୍ୟବାଦ ଜଣାଇଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର