ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ହେବ
by Argus News
Sun, May 05 | 10:52 a.m.

ଅର୍ଗସ ବ୍ୟୁରୋ: ଆସନ୍ତା ଦୁଇ ଦିନ ମଧ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆଗାମୀ 48 ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 7 ଓ 8ରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବ।

ପଶ୍ଚିମଓଡ଼ିଶାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କଲା ପାଣିପାଗ କେନ୍ଦ୍ର। ବର୍ଷା ହେବା ସହ ଘଣ୍ଟାପ୍ରତି ପବନର ବେଗ 40ରୁ 50 କିମି ରହିବ। ତେବେ 24 ଘଣ୍ଟାରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି କୁହାଯାଇଛି। ଆସନ୍ତା 7 ଓ 8 ତାରିଖ ବେଳକୁ ତାପମାତ୍ରା 3ରୁ 6 ଡିଗ୍ରୀ ହ୍ରାସ ପାଇବ।

ଆସନ୍ତା ସକାଳ 8ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ 33.2 ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ଵରର ଆର୍ଦ୍ରତା 76% ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

ନିର୍ବାଚନ ସମୟରେ
8m ago
ନିର୍ବାଚନ ସମୟରେ ଭତ୍ତା ବାଣ୍ଟୁଛନ୍ତି ବିଜେଡି କର୍ମୀ
ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ କଳାପଥର ଗ୍ରାମ ପଞ୍ଚାୟତରେ ମାସିକ ଭତ୍ତା ଗତ ୧୫ତାରିଖରେ ଭତ୍ତା ବଣ୍ଟନ କରିବା ପାଇଁ ବ୍ଲକ୍ ପକ୍ଷରୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭତ୍ତା ବଣ୍ଟନ କରିବ
ଭୁଜାଲିରେ ହତ୍ୟା
17m ago
ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା
ବରଗଡ଼ : ବରଗଡ଼ରେ ନିର୍ବାଚନୀ ହିଂସା । ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲି ରେ ହତ୍ୟା । ବରଗଡ଼ ସଦର ଥାନା ସରସରା ଗାଁରେ ଭୁଜାଲି ରେ ଆକ୍ରମଣ କରି ବିଜେପି କର୍ମୀଙ୍କୁ ହତ୍ୟା । ମୃ
MILK TEA
28m ago
ଖାଲି କ୍ଷୀରରେ ଚା' ପିଅନ୍ତୁ ନାହିଁ ତେବେ ...
ଅର୍ଗସ ବ୍ୟୁରୋ: ଯଦି ଆପଣ ଚା ପିଇବାକୁ ଭଲ ପାଆନ୍ତି ତାହା ସହ ସକାଳ ଏବଂ ସନ୍ଧ୍ୟାରେ ଖାଲି କ୍ଷୀରର ଚା ପିଅନ୍ତି। ତେବେ ।CMR ର ଏହି ରିପୋର୍ଟ କଣ କୁହାଯାଇଛି ଜାଣନ୍ତୁ। ଯେଉଁଥିର