ବଦଳିବ ପାଗ, ହ୍ରାସ ହେବ ତାପମାତ୍ରା, ପୁଣି ବଢିବ ଶୀତ 
by Argus News
Thu, Jan 11 | 7:12 a.m.

ଭୁବନେଶ୍ୱର: ୧୩ ତାରିଖରୁ ରାଜ୍ୟରେ ବଦଳିବ ପାଗ । ହ୍ରାସ ହେବ ତାପମାତ୍ରା, ପୁଣି ବଢିବ ଶୀତର ପ୍ରକୋପ । ଆଗାମୀ ୨ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ରୁ ୩ଡିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଆଗାମୀ ୨ ଦିନ ଯାଏ ଘନ କୁହୁଡ଼ି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଏହି ଦୁଇ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରାଯାଇଛି । କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟର ରହୁଥିବାରୁ ଯାତାୟତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହୁଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

31 LAKH CASH
7m ago
ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା
ଅର୍ଗସ ବ୍ୟୁରୋ : ଟିଟଲାଗଡ଼ରୁ ୩୧ ଲକ୍ଷରୁ ଉର୍ଦ୍ଧ ଜାଲନୋଟ ଜବତ ଘଟଣା । ଅଭିଯୁକ୍ତ ଲିଙ୍ଗରାଜ ବେହେରାକୁ ୫ ବର୍ଷ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର ଟିଟିଲାଗଡ଼ ଆସିଷ୍ଟାଣ୍ଟ ସେସନ୍ସ ଜଜ
TUBE WELL
8m ago
୧୦୦ରୁ ଅଧିକ ପରିବାର ପାଇଁ ଗାଁରେ ମାତ୍ର ଦୁଇଟି ନଳକୂପ
ଅର୍ଗସ ବ୍ୟୁରୋ: ବାଡ଼ା ବାଙ୍ଗା ପଞ୍ଚାୟତର ଜଙ୍ଗଲଘର ଗ୍ରାମ ଗ୍ରାମରେ ରହୁଥିବା ୧୦୦ରୁ ଅଧିକ ପରିବାର ଲୋକଙ୍କ ପାଇଁ ଗ୍ରାମରେ ମାତ୍ର ଦୁଇଟି ନଳକୂପ ରହିଛି ବର୍ତ୍ତମାନ ସାର
VILLAGE
35m ago
ଡ଼ୁମଡୁମୀ ଗାଁରେ ଆଜି ବି ବିକାଶ ଅପହଞ୍ଚ
ଅର୍ଗସ ବ୍ୟୁରୋ: ପାହାଡ ତଳେ ଅସହାୟ ଡ଼ୁମଡୁମୀ। ଗାଁର ଅବସ୍ଥା ଦେଖିଲେ ଲାଗିବ ସତେ ଯେମିତି ପାହାଡର ଚଟ୍ଟାଣ ଡେଇଁ ପହଞ୍ଚି ପାରିନି ବିକାଶ। ମନ୍ତ୍ରୀ ଟୁକୁନୀ ସାହୁ ଘର ଠାରୁ ମାତ୍ର 10