ବ୍ରିଜରୁ ନଦୀକୁ ଡେଇଁଲେ ମହିଳା
by Argus News
Thu, Sep 19 | 10:26 a.m.

ଅର୍ଗସ ବ୍ୟୁରୋ:  ଯାଜପୁରରେ ନଦୀକୁ ଡେଇଁଲେ ମହିଳା । ରାଜଘାଟ ବ୍ରିଜ ଉପରୁ ନଦୀକୁ ଡେଇଁଲେ ମହିଳା । କୁଆଖିଆକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ-୨୦ ଦେଇ ଯାଉଥିବା ଖରସ୍ରୋତା ନଦୀ ନିକଟର ଘଟଣା । ରାଜଘାଟ ବ୍ରିଜ ଉପରୁ ଜଣେ ମହିଳା ନଦୀକୁ ଡେଇଁଛନ୍ତି । ମହିଳା ଜଣଙ୍କ ଇଲେକ୍ଟ୍ରିକ ସ୍କୁଟି ସହ ହେଲମେଟ ଏବଂ ନିଜର ମୋବାଇଲ ଫୋନ ବ୍ରିଜ ଉପରେ ରଖିଥିଲେ । 

ସେହି ସ୍ଥାନରେ କେହି ନ ଥିବାବେଳେ  ସେ ନଦୀକୁ ଡେ଼ଇଁଥିବା କୁହାଯାଉଛି । ଜେନାପୁର ଥାନା ଶ୍ରୀବନ୍ତ ପୁରର ମନ୍ଦାକିନୀ ସାମଲ ନଦୀକୁ ଡେଇଁଥିବା ସୂଚନା । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ