ଘର ପୋଡ଼ି ଦୁଃଖ ସହିନପାରି ଜୀବନ ହାରିଲେ ମହିଳା  
by Argus News
Thu, Dec 07 | 3:32 p.m.

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ବିତନା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ବିଦ୍ୟୁତ୍ ସଟସର୍କିଟରୁ ଘର ପୋଡ଼ି ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ଘରର ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏ ଦୁଃଖ ସହିନପାରି ଘରର ମହିଳା ଆତ୍ମହତ୍ୟା କରିବା ପରି ଘଟଣା ଘଟିଛି। ମୃତକ ହେଲେ ମହିଳା ଜନ୍ମେଜୟ ନାୟକଙ୍କ ପତ୍ନୀ ଧନୁଲତା ନାୟକ । କୌଣସି କାରଣରୁ ହଠାତ ବିଦ୍ୟୁତ୍ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା।

ଘରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଗ୍ରାମବାସୀଙ୍କ ସମେତ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଲିଭାଇଥିଲେ । ଘର ପୋଡ଼ିବା ପରେ ଧନୁଲତା  ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ବିଳମ୍ବିତ ରାତିରେ ଘର ପଛପଟେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଳକୁଣ୍ଡ ଥାନାରେ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଥାନାଧିକାରୀ ପହଞ୍ଚି ମୃତଦେହକୁ ଜବତକରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ଅନ୍ୟ ପଟେ ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି l

ଅଧିକ ପଢନ୍ତୁ ଓଡ଼ିଶା ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ