ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲା ବିଶ୍ବ ଚାମ୍ପିୟନ ଭାରତୀୟ ଟିମ
by Argus News
Thu, Jul 04 | 3:43 p.m.

ଅର୍ଗସ ବ୍ୟୁରୋ: ଗତ ମାସ ୨୯ ତାରିଖରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ୧୭ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ୨୦୦୭ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା। ତେବେ ଖରାପ ପାଗ ପାଇଁ ଟିମ୍ ଇଣ୍ଡିଆ ବାର୍ବାଡୋସରେ କିଛିଦିନ ଅଟକି ରହିଥିଲା।

 

ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍ ସ୍ୱଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଖେଳାଳିମାନଙ୍କ ସହ ବିଶ୍ୱକପର ସଂଘର୍ଷମୟ ଯାତ୍ରା ବିଷୟରେ ପ୍ରଶ୍ନ କରିଥିବା ବେଳେ ଖେଳାଳିମାନେ ଜଣ ଜଣ କରି ସେହି ଅବିସ୍ମରଣୀୟ ଯାତ୍ରା ବିଷୟରେ ବର୍ଣ୍ଣନା କରିଥିଲେ ।

ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚିଥିଲେ । ଏହି ଅବସରରେ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଟି-୨୦ ବିଶ୍ୱକପ ଜିତିବା ପରେ ବାର୍ବାଡୋସରୁ ସ୍ୱଦେଶ ପହଞ୍ଚିବା ପରେ ଭାରତୀୟ ଦଳକୁ ଆଜି ସକାଳ ୬ଟା ସମୟରେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା ।

ଏହାପରେ ଟିମ୍ ଇଣ୍ଡିଆ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ପହଞ୍ଚିଥିଲେ । ସେଠାରୁ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ବାହାରିଥିଲେ । ଟିମ୍ ଇଣ୍ଡିଆର ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ୧.୩୦ ମିନିଟର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ଟିମ୍ ଇଣ୍ଡିଆର ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖାଯାଉଛି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଖେଳାଳିମାନେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ଅବତରଣ କରିବା ପରେ ଖେଳାଳିମାନଙ୍କୁ ଏକ ଖୋଲା ବସରେ ୱାଙ୍ଖେଡ଼େ ଷ୍ଟାଡିୟମକୁ ନିଆଯିବ । ସନ୍ଧ୍ୟଶ ୫ଟା ସମୟରେ ମରୀନ ଡ୍ରାଇଭ ଓ ୱାଙ୍ଖେଡ଼େ ଷ୍ଟାଡିୟମ ମଧ୍ୟରେ ଏକ ବିଜୟ ପରେଡ଼ର ଆୟୋଜନ କରାଯିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ଅପେକ୍ଷାରେ ଭକ୍ତ...
18m ago
ବଡଦାଣ୍ଡକୁ ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ...
ପୁରୀ : ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ । ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ର
FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ