ଦୂନିଆର ବଡ ବିମାନ ଦୁର୍ଘଟଣା
by Argus News
Fri, Jul 26 | 1:33 p.m.

ଅର୍ଗସ ବ୍ୟୁରୋ : ଆଉ ମାତ୍ର କେହି ମୁହୂର୍ତ୍ତର ଅପେକ୍ଷା ଥିଲା । କିଛି ସମୟ ପରେ ସମସ୍ତେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାଆନ୍ତେ । ହେଲେ ଏମିତି କିଛି ଘଟଣା ଘଟିଲା ଯାହାକୁ ନେଇ ପୁରା ବିଶ୍ଵରେ ଶୋକର ଛାୟା ଖେଳିଗଲା । କାରଣ ନେପାଳରେ ହୋଇଥିବା ଦୁର୍ଘଟଣା ପୁରା ବିଶ୍ଵକୁ ଦୋହଲାଇ ଦେଇଛି । ଆଉ ପୁଣି ବଡ଼ ଦୁର୍ଘଟଣାର ଇତିହାସ ଲେଖିଦେଇଛି । ନେପାଳ ଦୁର୍ଘଟଣାରେ ପ୍ଲେନରେ ଥିବା ୧୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେଥିରୁ ଗୋଟିଏ ପରିବାରର ୩ଜଣ ସଦସ୍ୟ ଥିଲେ । ତେବେ ନେପାଳରେ ଅନେକ ଥର ଏପରି ପ୍ଲେନ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି । ଯଦି ଦେଖାଯାଏ ,ତେବେ  କାଠମାଣ୍ଡୁର ଏହି ଦୁର୍ଘଟଣା ବିଶ୍ବର ବଡ ୧୦ଟି ବିମାନ ଦୁର୍ଘଟଣାରେ ସାମିଲ ହୋଇଯାଇଛି । 
ଆସନ୍ତୁ ଜାଣିବା କେଉଁ କେଉଁ ଏୟରପୋର୍ଟର ବିମାନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଥିଲା ।
୩୧ ଅକ୍ଟୋବର ୧୯୯୯,  ଲସ ଆଞ୍ଜେଲସ୍ ଏୟରପୋର୍ଟ

ଲସ ଆଞ୍ଜେଲସର ଏକ କେନେଡି ଏୟରପୋର୍ଟରୁ କାୟରୋ ପାଇଁ ଏକ ବିମାନ ବାହାରିଥିଲା । ଯେଉଁଥିରେ ୨୦୩ ଯାତ୍ରୀ ଏବଂ ୧୪ ଜଣ କ୍ର୍ୟୁ ମେମ୍ବର ଥିଲେ । ସମସ୍ତଙ୍କୁ ମିଶାଇ ୨୧୭ ଜଣ ଏହି ବିମାନରେ ଥିଲେ । ପାଇଲଟ ମଧ୍ୟ କକପ୍ରିଟରୁ ବାହାରି ଥିଲେ । ସହ ପାଇଲଟ ବିମାନର ଡୋର ମଧ୍ୟ ବନ୍ଦ କରି ସାରିଥିଲେ । ଯେତେବେଳେ ବିମାନ ମାସାଚୁସେଟସ୍ ଉପରେ ଉଡିବା ଆରମ୍ଭ କରିଥିଲା, ସେତବେଳେ ହଠାତ ଏହାକୁ ତଳକୁ ଖସିବାକୁ ଲାଗିଥିଲା । ଆଉ ଅଚାନକ ଭାବେ ଏହା କ୍ରାସ କରିଥିଲା , ଯେଉଁଥିରେ ସମସ୍ତ ଯାତ୍ରୀଙ୍କ ସମେତ କ୍ର୍ୟୁ ମେମ୍ବର ପ୍ରାଣ ହରାଇଥିଲେ ।
 

୨୯ ନଭେମ୍ବର ୨୦୧୩, ନାମ୍ବିଆର ମାପୁତୋ ଇଣ୍ଟରନେସନାଲ ଏୟରପୋର୍ଟ 
ନାମ୍ବିଆର ମାପୁତୋ ଇଣ୍ଟରନେସନାଲ ଏୟରପୋର୍ଟ ରେ ଥିବା ଲାମ ମୋଜାମ୍ବିକ ଏୟାରଲାଇନ୍ସ ୪୭୦ ସାଥିରେ ୨୭ ଯାତ୍ରୀ ୬ଜଣ କ୍ର୍ୟୁ ମେମ୍ବରଙ୍କୁ ଧରି ଅଙ୍ଗୋଲା ଯିବାପାଇଁ ପ୍ରସ୍ତୁତ ହେଉଥିଲା । ହେଲେ ବିମାନ ୩୮ ହଜାର ଫୁଟ୍ ଉଚ୍ଚ ପହଞ୍ଚିବା ପରେ ଅଚାନକ ତଳକୁ ଖସିବା ଆରମ୍ଭ ହୋଇଥିଲା । ଏହାର ପରଦିନ ଜଣା ପଡିଥିଲା, ସେଦିନ ବିମାନ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ପରେ ଜଣା ପଡିଥିଲା, ସେଦିନ ସହ ପାଇଲଟ ଟଏଲେଟ ଯିବାପାଇଁ କକପ୍ରିଟରୁ ବାହାରି ଥିବା ବେଳେ ପାଇଲଟ କକପ୍ରିଟର ଦ୍ବାର ବନ୍ଦ କରି ଦେଇଥିଲା । ଏହାପରେ କୋ ପାଇଲଟ ଯେତେ ଚେଷ୍ଟା କଲେ ମଧ୍ୟ କକପ୍ରିଟର ଦ୍ବାର ଖୋଲି ନଥିଲା। ଏବଂ ଦୁର୍ଘଟଣା ହୋଇଥିଲା ।
 

୧୧ ଜାନୁଆରୀ ୨୦୨୧, ଜକାର୍ତା, ଇଣ୍ଡୋନେସିଆ
୯ ଜାନୁଆରୀ ୨୦୨୧ରେ ବୋଇଂ ୭୩୭ ଜାବା ସମୁଦ୍ରରେ ପଡି ଯାଇଥିଲା । ଜାକାର୍ତା ଏୟରପୋର୍ଟରୁ ବାହାରିବାର କିଛି ସମୟ ମଧ୍ୟରେ ହିଁ ଏହି ଦୁର୍ଘଟଣା ଘଟିଥିଲା । ଏହି ବିମାନରେ ସମୁଦାୟ ୬୨ ଜଣ ଲୋକ ଥିଲେ । ଏଥିରେ ସମସ୍ତଙ୍କର ମୃତ୍ୟୁ ହୋଇ ଯାଇଥିଲା । 
 

୨୨ ମେ ୨୦୨୦, କରାଚୀ, ପାକିସ୍ତାନ
ଏହି ବିମାନ ଦୁର୍ଘଟଣା ୨୨ ମେ ରେ ପାକିସ୍ତାନରେ ହୋଇଥିଲା । ଏହି ବିମାନ ପାକିସ୍ତାନ ଏୟରଲାଇନ୍ସର ଏୟରବସ ଏ ୩୨୦ ଥିଲା । ବିମାନରେ ୯୭ ଜଣ ଯାତ୍ରୀ , ୮ ଜଣ କ୍ର୍ୟୁ ମେମ୍ବର ଥିଲେ । ଏହା ପାକିସ୍ତାନ ଇତିହାସର ସବୁଠୁ ଭୟାନକ ବିମାନ ଦୁର୍ଘଟଣା ବୋଲି ମନେ କରାଯାଏ । 
ଏପରି କିଛି ପ୍ଲେନ ଦୁର୍ଘଟଣା, ଯାହା ବିଶ୍ବର ବୃହତ ବିମାନ ଦୁର୍ଘଟଣା ମଧ୍ୟରେ ସ୍ଥାନ ପାଇଛି । ଏପରି କିଛି ବିମାନ ଦୁର୍ଘଟଣା, ଯାହା ସାରା ବିଶ୍ବକୁ ସ୍ବଧ କରି ଦେଇଛି । 
 

ଅଧିକ ପଢନ୍ତୁ : ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା