ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର
by Argus News
Sat, Feb 24 | 2:47 p.m.

ଅର୍ଗସ ବ୍ୟୁରୋ: ମୁକୁଳା ଡ୍ରେନରେ ପଡ଼ି ଯୁବକ ଗୁରୁତର । ଆଖି ଭିତରକୁ ପଶିଲା ଲୁହା ରଡ଼ । ଗୁରୁତର ଅବସ୍ଥାରେ ଧଳପୁର ମେଡ଼ିକାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା। ହରଭଙ୍ଗା ଥାନା ଧଳପୁର ପୂର୍ତ୍ତ ବିଭାଗ ରାସ୍ତାର ଡ୍ରେନରେ ପଡିଲେ ଯୁବକ । ବାରମ୍ବାର ଅଭିଯୋଗ ପରେ ମୁକୁଳା ଡ୍ରେନରେ ପଡୁ ନ ଥିଲା ପ୍ଲେଟ। ପୂର୍ତ୍ତ ବିଭାଗକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା। 

ସୂଚନାମୁତାବକ ପୂର୍ତ୍ତ ବିଭାଗ ପକ୍ଷରୁ ଧଳପୁରରେ ନୂତନ ରାସ୍ତା ନିର୍ମାଣ ଚାଲିଥିଲା । ଦୀର୍ଘଦିନ ହେଲା ରାସ୍ତା ନିର୍ମାଣ ସରିଛି ହେଲେ ଡ୍ରେନ ଗୁଡିକ ମୁକୁଳା ପଡିଛି । ବିଭାଗ ପକ୍ଷରୁ ପ୍ଲଟ ପଡି ନାହିଁ ଯାହାଫଳରେ ଆଜି ଏକ ବଡ ଦୁର୍ଘଟଣା ଘଟିଛି । ରାସ୍ତା ଦେଇ ଜଣେ ଯୁବକ ସାଇକେଲ ନେଇ ଯାଉଥିବା ବେଳେ ଅନ୍ୟପଟେ ଏକ ଟ୍ରକ ଆସି ଯୁବକଙ୍କୁ ସାଇଡ ମାରିଥିଲା ଯାହାଫଳରେ ଯୁବକ ଜଣକ ଭାରସାମ୍ୟ ହରାଇ ଡ୍ରେନରେ ପଡି ଯାଇଥିଲେ । ଯାହାଫଳରେ ଯୁବକଙ୍କ ଆଖିରେ ଡ୍ରେନର ଲୁହା ରଡ଼ ପଶି ଯାଇଥିଲା।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଧଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ଗୁରୁତର ଯୁବକଙ୍କ ପରିଚୟ ଏଯାଏ ମିଳିପାରି ନାହିଁ । ଅନ୍ୟପଟେ ମୁକୁଳା ଡ୍ରେନ ଯୋଗୁଁ ଏଭଳି ଗୋଟିଏ ଘଟଣା ନୁହେଁ ଆଗରୁ ମଧ୍ୟ ବହୁ ଛୋଟବଡ ଦୁର୍ଘଟଣା ଘଟୁଛି । ତେଣୁ ବିଭାଗ ତୁରନ୍ତ ଡ୍ରେନ କଭର କରିବା ସହ ଆହତ ଯୁବକଙ୍କୁ କ୍ଷେତିପୂରଣ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ