ପରୀକ୍ଷା ଦେବାକୁ ଯାଇ ଯୁବକ ନିଖୋଜ
by Argus News
Tue, Sep 17 | 9:18 p.m.

ଅର୍ଗସ ବ୍ୟୁରୋ: ଚାକିରି ପାଇଁ ପରୀକ୍ଷା ଦେବାକୁ ଯାଇ ଯୁବକ ନିଖୋଜ। ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ରତ୍ନପୁର ଗ୍ରାମର ୨୨ ବର୍ଷୀୟ ବିଶ୍ଵଜିତ ସାହୁ ପରୀକ୍ଷା ଦେବା ପାଇଁ ଗତ ୧୩ ତାରିଖରେ ଭୁବନେଶ୍ବର ଯାଇଥିଲେ। ମାତ୍ର ନିଖୋଜକୁ ୬ ଦିନରୁ ଉର୍ଦ୍ଧ୍ବ ବିତି ସାରିଥିବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା ତାଙ୍କ କୌଣସି ପତ୍ତା ମିଳିପାରି ନାହିଁ। 

ବିଶ୍ଵଜିତଙ୍କ ପରିବାର ଲୋକ ସଦର ଥାନାରେ ପୁଅର ନିଖୋଜ ନେଇ ଲିଖିତ ଅଭିଯୋଗ କରିଛନ୍ତି। ସଦର ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରତ୍ନପୂର ଗ୍ରାମର ବିରଞ୍ଚି କୁମାର ସାହୁଙ୍କ ସାନ ପୁଅ ହେଉଛନ୍ତି ବିଶ୍ଵଜିତ। ଏକ ଘରୋଇ କମ୍ପାନୀରେ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଇଥିବା ପରିବାର ଲୋକେ କହିଛନ୍ତି। ମାତ୍ର ସେବେଠାରୁ ତାଙ୍କର ଆଉ କୌଣସି ଖୋଜ ଖବର ମିଳୁନାହିଁ। ପୁଅ ନିଖୋଜ ନେଇ ପରିବାର ଲୋକେ ଓ ସାଙ୍ଗସାଥୀ ଦୁଃଖରେ ରହିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ