ଅନଲାଇନରେ ମୋ ଘର ଆବେଦନ କରି ଚାତକ ଭଳି ଚାହିଁ ବସିଛନ୍ତି ଶହ ଶହ ଚାଷୀ
by Argus News
Thu, Nov 09 | 6:59 p.m.

ଅର୍ଗସ ବ୍ୟୁରୋ: କିଏ  ଭଙ୍ଗା ଦଦରା ଚାଳ କୁଡ଼ିଆରେ ରହୁଛି ତ ଆଉ କିଏ କଚା ଘର ଟିରେ ମୁଣ୍ଢ ଗୁଞ୍ଜିଛି । ଆଉ କାହା ଘରୁ ସୁର୍ଯ୍ୟ ଦିଶୁଛନ୍ତି ।  ଟିକିଏ ନଜର ପକାନ୍ତୁ । ଅଜବେଷ୍ଟେସ ଘର ସମ୍ପୁର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ । କେତେବଳେ ଭାଙ୍ଗିଯିବ କହି ହେବନି । କେବଳ ଗୋଟିଏ ଦୁଇଟି ଘର ନୁହଁ ଗାଁର ଅନେକ ଗାଁରେ ଏହି ଅବସ୍ଥାରେ । ଆଜି ଯାଏ ଆବାସ ଯୋଜନାରେ ଘର ଟିଏ ମିଳି ପାରିଲା ନାହିଁ । ଏ ସମ୍ପର୍କରେ ବୁଝିବାରୁ ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚ।ୟତ ରେ ନିର୍ଦ୍ଦେସ ରେ ପଞ୍ଚାୟତ ପିଇଓ ଆସି ଘରର ଫୋଟ ଉଠାଇ ନେଲେ । ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ମେସେଜ ମୋବାଇଲକୁ ଆସିଲା ହେଲେ ବ୍ୟାଙ୍କ ଲୋନ ଦେବ କେବେ ? ତାହାକୁ ଅପେକ୍ଷା ।

ଭଞ୍ଜନଗର ବ୍ଲକରେ ମଧ୍ୟ ସମାନ ଅବସ୍ଥା । ହିତାଧିକାରୀଙ୍କୁ ବ୍ଲକ ଯୋଗ୍ୟ କରିଦେଲା ହେଲେ ବ୍ୟାଙ୍କ ଟଙ୍କା ଋଣ ଦେବାକୁ ବିଶ୍ୱାସ ଜୁଟାଇ ପାରୁନି । ବ୍ଲକ ବିଡ଼ିଓଙ୍କ କହିଛନ୍ତି 456 ଜଣ ହିତଧିକାରୀ ଆବେଦନ କରିଥିବା ବେଳେ ୪୩୨ ଙ୍କୁ ଯୋଗ୍ୟ ବିବେଚିତ କରି ବ୍ୟାଙ୍କ କୁ ପଠାଯାଇଛି । ବ୍ୟାଙ୍କ ମଧ୍ୟ ୧୧ ଜଣଙ୍କ ଲୋନ ସାଂକ୍ସେନ କରିଛି । ହେଲେ ଅନେକ ହିତାଧିକାରୀଙ୍କୁ ମିଳୁନଥିବାରୁ ସବୁଠି ମୋ ଘର ଯୋଜନାକୁ ନେଇ ଜନ ଅସନ୍ତୋଷ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସବୁ ପ୍ରକାର ଯୋଗ୍ୟ ସତ୍ତ୍ୱେ ଚାରି ମାସହେଲା ଆବେଦନ କାରୀଙ୍କୁ ବ୍ୟାଙ୍କ ଋଣ ଦେବାକୁ ଏମିତି କୁନ୍ତୁ କୁନ୍ତୁ କାହିଁକି ? ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଉଚ୍ଚ ଜୁଆର
2m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
5m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ