ଆଗାମୀ ନିର୍ବାଚନ ପାଇଁ ବିଜେଡି ତିଆରି କରୁଛି କି ଗୁଣ୍ଡା ବାହିନୀ ?
by Argus News
Sun, Dec 03 | 2:54 p.m.

ଖୋର୍ଦ୍ଧା:  ଯୁବଛାତ୍ର ସଂଗଠନ ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଟାଉନ୍ ହଲ ପର୍ଯ୍ୟନ୍ତ ହୋଇଥିଲା । ମୁଁ ନବୀନ ଓଡିଶାର ସାରଥୀ ନାମରେ ଏକ କାର୍ଯ୍ୟକ୍ରମ ଟାଉନ୍ ହଲରେ ହେବା ପାଇଁ ଏହି ଶୋଭାଯାତ୍ରା ବାହାରିଥିଲା । କିନ୍ତୁ ଶୋଭାଯାତ୍ରାରେ ଜିଲ୍ଲା ବିଜୁ ଛାତ୍ର ସଭାପତି ବିଶ୍ଵଦୀପ ପ୍ରଧାନ ଓ ଜଣେ କର୍ମୀ ଖଣ୍ଡା ବୁଲାଇବାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ଅତିକ୍ରମ କରିବା ପରେ ଖଣ୍ଡା ବୁଲାଉଥିବା ଯୁବକଙ୍କ ହାତରୁ ଖଣ୍ଡାଟି ଖସି ପଡିଥିବା ଚର୍ଚ୍ଚା ହେଉଛି । ଖଣ୍ଡା ନିକଟରେ କେତେକ ଯୁବକ ଥିଲେ । ଅଳ୍ପକେ ସେମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଛାତ୍ର ସଭାପତି କଣ ଶିକ୍ଷା ଦେବାକୁ ଚାହୁଁଛନ୍ତି ଛାତ୍ର ସମାଜକୁ । ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଶୋଭାଯାତ୍ରାର ଖଣ୍ଡା ବୁଲାଇବର କଣ ଆବଶ୍ୟକ ରହିଥିଲା । ନା ବିଜେଡି ଦଳ ଆଗାମୀ ନିର୍ବାଚନ ପାଇଁ ଗୁଣ୍ଡା ବାହିନୀ ତିଆରି କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 
 

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ