ମା' କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତି କାର୍ଯ୍ୟ ବିଳମ୍ବକୁ ନେଇ ଦେଖାଦେଇଛି ଅସନ୍ତୋଷ
by Argus News
Tue, Sep 17 | 9:32 a.m.

ଅର୍ଗସ ବ୍ୟୁରୋ:  କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତି କାର୍ଯ୍ୟ ବିଳମ୍ବ କୁ ନେଇ ଦେଖା ଦେଇଛି ଅସନ୍ତୋଷ। ମା ଚଣ୍ଡୀ ଙ୍କ ମନ୍ଦିର ର କାର୍ଯ୍ୟ ଗତ ବର୍ଷ ଅକ୍ଟୋବରରେ ଶେଷ ହେବ ବୋଲି ପ୍ରଶାସନିକ ନିଷ୍ପତ୍ତି ହୋଇଥିଲା ହେଲେ କାମ ସରିବା ତ ଦୂରର କଥା ଅଧା କାର୍ଯ୍ୟ ହୋଇ ମନ୍ଥର ଗତି ରେ ଚାଲିଛି। ଦଶହରା ଆଉ କିଛି ଦିନ ଥିବାବେଳେ ମା ଙ୍କ ମନ୍ଦିର ଅଧାଭଙ୍ଗା ଅବସ୍ଥାରେ ପଡିରହିଛି। ସମଲେ ରୀ ତାରା ତାରିଣୀ ମନ୍ଦିର କାମ ଶେଷ ହୋଇଥିବା ବେଳେ କଣ ପାଇଁ ପୂର୍ବ ସରକାର ଚଣ୍ଡୀ ମନ୍ଦିର କୁ ଅଣଦେଖା କରିଛନ୍ତି ଯାହାକୁ ନେଇ ଅସନ୍ତୋଷ ଜାହିର କରିଛି କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି। ତେବେ  70 କୋଟି  ଟଙ୍କା ବ୍ୟୟରେ ନିର୍ମାଣ ହେବା କୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ରେ କି କାର୍ଯ୍ୟ ହେଉଛି ମନ୍ଦିର କେଉଁ ଢାଞ୍ଚା ରେ ନିର୍ମାଣ ହେବ ତାହା ମଧ୍ୟ ସର୍ବସାଧରଣ ଜାଣିବାର ଆବଶ୍ୟକତା ଅଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛି ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ।

ମନ୍ଦିର ସମ୍ପ୍ରସାରଣ ପାଇଁ ଯେଉଁ ଜମି କିଣା ଯାଇଥିଲା ତାହା ଅନାବଶ୍ୟକ ଭାବେ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ କରାଯାଇଛି। ଭକ୍ତ ଙ୍କ ଦାନରୁ 40 ଭାଗ ପୂଜକମାନେ କାହିଁକି ନେଉଛନ୍ତି ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡ ନିର୍ମାଣ କରିବା ପାଇଁ ଦାବି କରିଛି କମିଟି । ତେବେ ଏ ବାବଦରେ ମନ୍ଦିର ପରିଚାଳନା କମିଟି କିମ୍ବା ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ