ଦୁର୍ଗମରେ ପଡିନି ବିକାଶର ଛିଟା
by Argus News
Sun, Feb 25 | 6:15 p.m.

ଅର୍ଗସ ବ୍ୟୁରୋ: ଆଦିବାସୀ ଅଧୁଷିତ ପାହାଡିଆ ଅଞ୍ଚଳ ଗଜପତି ଜିଲ୍ଲା ମୋହନା ର କାରିଙ୍ଗିଜୁ ଗାଁ। ଗାଁକୁ ଆଜି ପର୍ଯ୍ୟନ୍ତ ବିକାଶର ପାଦ ପଡ଼ି ନାହିଁ । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଏଠି ସାତ ସପନ । ପଞ୍ଚାୟତ ଠୁ 15 କିମି ପାହାଡିଆ ଘାଟି ରାସ୍ତା ଦେଇ ଯିବାକୁ ପଡ଼େ ଗାଁକୁ । ଏଠାରେ ପାଖା ପାଖି 50ରୁ 60 ଆଦିବାସୀ ପରିବାର ବସବାସ କରନ୍ତି । କିନ୍ତୁ ପାହାଡ ଅତିକ୍ରମ କରି ଏମାନଙ୍କ ପାଖରେ ପହଞ୍ଚି ପାରୁନି ବିକାଶ ।

MGNRGA ଯୋଜନାରେ ଯେଉଁ ରାସ୍ତା ହୋଇଛି ଗାଡ଼ି କଥା ଛାଡ଼ନ୍ତୁ ଚାଲିକି ଯିବାକୁ ବି ଭୟ କରିବେ । ପାନୀୟ ଜଳ କଥା ନକହିବା ଭଲ । ଗାଆଁ ରେ ଆଜି ଯାଏ ନଳକୂପଟେ ବି ନାହିଁ । ବିଲ ଭିତରେ ଥିବା ଏହି ଚୂଆ ହିଁ ଗ୍ରାମବାସୀଙ୍କ ଏକ ମାତ୍ର ଭରସା । ବାର୍ଦ୍ଧକ୍ୟ ଭତ୍ତା ପାଇଁ 15 କିମି ଯିବାକୁ ପଡେ। ସ୍ବାସ୍ଥ୍ୟସମସ୍ୟା ହେଲେ ଖଟିଆ କିମ୍ବା ଦୋଳା ଏମାନଙ୍କ ଏକମାତ୍ର ସାହାରା। ପୋଷ୍ଟର ମାରି ବିକାଶର ବାହା ବାହା ମାରୁଥିବା ସରକାରଙ୍କ ନଜର ଦୁର୍ଗମ ଅଞ୍ଚଳର କେବେ ପଡିବ।  ପଚିଶ ବର୍ଷ ର ସ୍ଥାୟୀ ଶାସନରେ ବିକାଶ ପହଞ୍ଚୁନଥିବା ଏହି ଗାଆଁ କେବେ ବିକାଶର ସ୍ଵାଦ ଚାଖିବ ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ