ନା ବିଦ୍ୟୁତ ଅଛି, ନା ରହିବାକୁ ଆବାସ ଘରଖଣ୍ଡେ ଅଛି
by Argus News
Wed, May 29 | 6:52 p.m.

ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କନ୍ଧରା ଗ୍ରାମର ବାହ୍ମୁଣିଆ ସାହି । ଆଜି ଭି ଏଠି ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ୧୫ ପରିବାର ପାଇଁ ମୌଳିକ ସୁବିଧା ସାତସପନ । ଗମନାଗମନର କୌଣସି ସୁବିଧା ନାହିଁ,  ଆବଡା ଖାବଡା ମାଟି ରାସ୍ତା ଏମାନଙ୍କ ଭରସା । ଗାଁରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେଲେ ଆମ୍ବୁଲାନ୍ସ ଆସିବା ସମ୍ଭବ ହେଉ ନଥିବା କାରଣରୁ ଅନେକ ସମୟରେ ଲୋକମାନେ ଭାରରେ ବୋହି ଲୋକଙ୍କୁ ଆଣୁଥିବା ନଜିର ଅଛି ।

କେବଳ ସେତିକି ନୁହେଁ, ଆବାସ ଯୋଜନାରେ ଘର ମିଳିନି। ଭଙ୍ଗା ଚାଳ ଛପର ଘରେ ଗରିବ ଆଦିବାସୀଙ୍କ ବିତୁଛି ଜୀବନ । ବିଦ୍ୟୁତ ଖୁଣ୍ଟ ଅଛି ବିଦ୍ୟୁତ ନାହିଁ । କୁନିକୁନି ପିଲାମାନଙ୍କ ଭରସା ଡିବିରି ଆଲୁଅ ଓ ଟର୍ଚ୍ଚ ଲାଇଟ । ୨୪ ଘଣ୍ଟିଆ ବିଦ୍ୟୁତ ସେବା ମିଳିବ କହି ବିଦ୍ୟୁତ ଖୁଣ୍ଟ ପୋତା ହେଲା, ହେଲେ ଏବେ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହେଲାନାହିଁ । ସେହିଭଳି  ବସୁଧା ଯୋଜନାରେ କେବଳ ପାଇପ ଲାଇନ ବିଛାଯାଇଛି।  ନଳକୁଅର ଦୂଷିତ ପାଣି ବ୍ୟବହାର କରି ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ସବୁବେଳେ ବିକାଶର ଡିଣ୍ଡିମ ପିଟୁଛନ୍ତି। ହେଲେ ବାହ୍ମୁଣିଆ ସାହି କେବେ ଦେଖିବ ବିକାଶ। କେବେ ଏଠାକାର ଆଦିବାସୀ ପରିବାର ମୌଳିକ ସୁବିଧାର ସ୍ୱାଦ ଜାଣିପାରିବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ