ବିକାଶ ଆଢୁଆଳରେ ଦୁର୍ଗମ, ପାହାଡିଆ ଗାଁକୁ ଯିବାକୁ ନାହିଁ ରାସ୍ତା
by Argus News
Mon, Oct 21 | 6:08 p.m.

ଅର୍ଗସ ବ୍ୟୁରୋ:  ଗାଁକୁ ନାହିଁ ରାସ୍ତା। ଜଙ୍ଗଲ ମଧ୍ୟରେ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି ଅଞ୍ଚଳବାସୀ। ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ଯିବାପାଇଁ ଜଙ୍ଗଲ ରାସ୍ତାହିଁ ଏକ ମାତ୍ର ସାହା ଭରସା। କୋରାପୁଟ କୁନ୍ଦୁରା ବ୍ଲକ କେରମେଟି ପଞ୍ଚାୟତ ବୁରିଭଟା ଠାରୁ ବାରବନ୍ଧା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନିୟ। ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ପରେ ମଧ୍ୟ ଫଳ ଶୂନ। ପୂର୍ବ ବିଜେଡି ସରକାର ଗାଁ ର ବିକାଶ ଓ ଶିକ୍ଷାର ମାନ ଦଣ୍ଡ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରି ବିକାଶର ସ୍ବପ୍ନ ଦେଖାଥିଲେ କିନ୍ତୁ ଏ ହେଉଛି ଅସଲ ବିକାଶର ଚିତ୍ର।

ରାସ୍ତାଟି କୁନ୍ଦୁରା ବ୍ଲକକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଯୋଗୁଁ ଗ୍ରାମବାସିଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସି। ଗାଁରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ନ ଥିବା ଯୋଗୁଁ ଜଙ୍ଗଲ ରାସ୍ତା ଓ ଗୋଡି ମାଟି ରାସ୍ତା ଅତିକ୍ରମ କରି ବୁରିଭୋଟା ଗ୍ରାମର 30 ରୁ ଉର୍ଦ୍ଧ ପିଲାମାନେ ପ୍ରତି ଦିନ ବାରଵନ୍ଧା ଅଙ୍ଗନବାଡ଼ି ଓ ବିଦ୍ୟାଳୟକୁ ଯାଆନ୍ତି।  ରାସ୍ତାର ଅବସ୍ଥା ଅତିଶୋଚନିୟ ଥିବା ସହ ଜଙ୍ଗଲ ରାସ୍ତା ଦେଇ ଯିବା ସମୟରେ ଜଙ୍ଗଲିଜନ୍ତୁଙ୍କ ଭୟ ଘାରିଥାଏ। ତେବେ ବର୍ଷା ଦିନ ହେଲେ ବିଦ୍ୟାଳୟ ଯିବା ସମ୍ଭବ ହୁଏ ନାହିଁ। ପୂର୍ବତନ ବିଜେଡି ଶାସନ ସମୟରେ ଦୁର୍ଦଶା ଭଗୁଥିଲେ ଗ୍ରାମବାସି, କିନ୍ତୁ ରାଜ୍ୟରେ ବର୍ତମାନ ନୁଆଁ ସରକାର ଆସିଛି ଓ ଗ୍ରାମବାସି ମାନେ ଆଶା ରଖିଛନ୍ତି ନୁଆଁ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାତ୍ୟାକୁ ନେଇ ରାଜ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଘୋଷଣା, ଏହି ୧୪ ଜିଲାରେ ବନ୍ଦ ରହିବ ସ୍କୁଲ
ଅର୍ଗସ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସୋମବାର ସ୍କୁଲ ଛୁଟି ଘୋଷଣା କରିଛନ୍ତି। ୨୩ରୁ ୨୫ ତାରିଖ ଯାଏ ସ୍କୁଲ ବନ୍ଦ ରହିବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପ୍ରଭାବି
ମୁଖ୍ୟମନ୍ତ୍ରୀଙ୍କ
ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତ
ଅର୍ଗସ ବ୍ୟୁରୋ: ଆଜି ଢ଼େଙ୍କାନାଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ହେଲିକପ୍ଟର ଯୋଗେ ସନ୍ଧ୍ୟା ୫ଟା ସମୟରେ ଢେଙ୍କାନାଳରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ର
ନ୍ୟୁଜିଲାଣ୍ଡଠାରୁ
ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ସ୍ତ୍ରୀଙ୍କ ସହ କୀର୍ତ୍ତନ କଲେ ବିରାଟ କୋହଲି
ଅର୍ଗସ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ