ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି, ଆସିଲେ ଦେଖିପାରିବେ
by Argus News
Thu, Mar 28 | 8:54 p.m.

ଅର୍ଗସ ବ୍ୟୁରୋ: ଆଗରୁ ଯେତେ ବି ପ୍ରଧାନମନ୍ତ୍ରୀ ହୋଇଛନ୍ତି କିଏ ବି କହିନାହାନ୍ତି ଯାହା ପ୍ରଧାନମନ୍ତ୍ରୀ କହିଛନ୍ତି । କିଏ କେବେ କହିବା ଶୁଣିଛନ୍ତି ଓଡିଶା ହେବ ଭାରତର ବିକାଶର ଦ୍ୱାର । କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଜେପିରେ ଯୋଗ ଦେବା ପରେ ଏପରି କହିଛନ୍ତି ଭର୍ତ୍ତୃହରି ମହତାବ । 

ନୂଆ ଟିମ୍ ସହ ଇଂନିସ ଆରମ୍ଭ କରିବାକୁ ଯାଉଛି'

ବିଜେପିରେ ସାମିଲ ହୋଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ  । ବିଜେପିରେ ମିଶିବା ପରେ ସେ କହିଛନ୍ତି ରାଷ୍ଟ୍ରବାଦ ପାଇଁ ବିଜେପି କାମ କରୁଛି । ସବକା ସାଥ୍ ସବକା ବିକାଶ ନାରା ମତେ ପ୍ରଭାବିତ କରିଛି ।  ଏହାସହ ଭର୍ତ୍ତୃହରି କହିଛନ୍ତି ନୂଆ ଟିମ୍ ସହ ଇନିଂସ ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି ।  ଆସିଲେ ଦେଖିପାରିବେ । ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ । ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ କହିଛନ୍ତି ଭର୍ତ୍ତୃହରି ମହତାବ। 
ସେପଟେ ବିଜେପି ଯୋଗ ଦେଉ ବିଜେଡି ପ୍ରତି ବିଷ ଓଗାଳିଛନ୍ତି । ଓଡିଶାର ଉନ୍ନତି ହେଲେ କିଛି ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ । କିନ୍ତୁ ଓଡିଶାର ଉନ୍ନତି ନୁହେଁ କିଛି ବ୍ୟକ୍ତି ବିଶେଷଙ୍କ ଉନ୍ନତି । ନାଁ ନନେଇ ବହୁତ କିଛି କହିଲେ ଭର୍ତ୍ତୃହରି ।  

ନୂଆଦିଲ୍ଲୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟଳୟରେ ଓଡ଼ିଆ ନେତାଙ୍କର ବଡ଼ ମିଶ୍ରଣ ପର୍ବ ହୋଇଥିଲା । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଡ ଦୱଡେଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଏବଂ ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ବି ହୋଇଥିଲେ ସାମିଲ। 

 

ଗୋଲାପି ଛବି
now
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019
ରୋଡ ସୋ'
42m ago
ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ', ଲକ୍ଷାଧିକ ଲୋକଙ୍କ ସମାଗମ
ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଆଉ ମୋଦିଙ୍କ ରୋଡ ସୋ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ। ରାଜଧାନୀରେ ରାଜନେତାଙ୍କ ରୋଡ ସ
ରଣପୁର
ରଣପୁରରେ ରାଜନାଥଙ୍କ ରଣହୁଙ୍କାର
ନୟାଗଡ: ନୟାଗଡ଼ ରଣପୁର ବିଜୟ ସଂକଳ୍ପ ସମାବେଶରେ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, `କଂଗ୍ରେସ ଲୋକତନ୍ତ୍ରର ହତ୍ୟା କରିଛି'