ଏହି ଫଳ ଅନେକ ପୋଷକ ତତ୍ତ୍ୱରେ ଭରପୂର
by Argus News
Fri, Jun 07 | 6:59 p.m.

ଅର୍ଗସ ବ୍ୟୁରୋ: ଋତୁ ଅନୁଯାୟୀ ବଜାରରେ ଅନେକ ଫଳ ମିଳିଥାଏ । କୁହାଯାଏକି ଯେଉଁ ସମୟରେ ଯାହା ଫଳ ମିଳେ ତାହା ଖାଇବା ଆବଶ୍ୟକ । ଆଉ ବର୍ତ୍ତମାନ ବଜାରରେ ବହୁ ପରିମାଣରେ ଜାମୁ କୋଳି ଦେଖିବାକୁ ମିଳୁଛି । ଲୋକମାନେ ମଧ୍ୟ ସେଗୁଡିକ ଖାଇବାକୁ ବହୁତ ପସନ୍ଦ କରଥାନ୍ତି । ଏହି କୋଳି ଖରା ସମୟରେ ମିଳୁଥିବା ଏକ ସ୍ୱାଦିଷ୍ଟ ଫଳ । ଏହି ଫଳ ମେ ଏବଂ ଜୁନ୍ ମାସରେ ଦେଖାଯାଏ । ଏହାର ସ୍ୱାଦ ମିଠା । ଖାଲି ମିଠା ନୁହେଁ ବରଂ ଏଥିରେ ଅନେକ ଔଷଧୀୟ  ଗୁଣ ମଧ୍ୟ ଭରପୂର ହୋଇ ରହିଛି । ଡାକ୍ତରଙ୍କ କହିବାନୁସାରେ ଏହି କୋଳି ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଯେପରି ପେଟ ଯନ୍ତ୍ରଣା, ମଧୁମେହ, ଆର୍ଥ୍ରାଇଟିସ୍ ଏବଂ ଅନ୍ୟାନ୍ୟ ହଜମ ଜନିତ ସମସ୍ୟାରୁ ମୁକ୍ତି ପାଇବାରେ ଏହି ଫଳ ଅତ୍ୟନ୍ତ ଲାଭଦାୟକ ଅଟେ । 

ଏହି ଫଳ ବଜାରରେ ମାତ୍ର ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଉପଲବ୍ଧ :-
ଆୟୁର୍ବେଦିକ ଡାକ୍ତର କହିଛନ୍ତି ଯେ ଋତୁ ଅନୁଯାୟୀ ପ୍ରତ୍ୟେକ ଫଳ ଖାଇବା ଉଚିତ କାରଣ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ବିଶେଷକରି ଏହି ଫଳ ଋତୁ ଅନୁଯାୟୀ ଶରୀର ପାଇଁ ଲାଭଦାୟକ ଅଟେ । ବର୍ତ୍ତମାନ ସବୁ ଆଡେ ବଜାରରେ ଜାମୁ କୋଳି ବହୁ ପରିମାଣରେ ଉପଲବ୍ଧ । ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି । କାରଣ ଏହି ଫଳ ଖାଇବା ସ୍ୱାଦିଷ୍ଟ ଏବଂ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହି ଫଳ ବଜାରରେ କେବଳ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ମିଳିଥାଏ । 

ଏହି ଫଳ ଅନେକ ପୋଷକ ତତ୍ତ୍ୱରେ ଭରପୂର ଅଟେ :-
ଏହି ଫଳରେ ଅନେକ ପୁଷ୍ଟିକର ଉପାଦାନ ଅଛି । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ କେ ଏବଂ ଭିଟାମିନ୍ ବି, ଫାଇବର, ଜିଙ୍କ ମିନେରାଲ୍ସ, ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ଆଇରନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।ଏହି ସମୟରେ ଏହି ଫଳ ଶରୀରରେ ରକ୍ତହୀନତା ଭଳି ରୋଗକୁ ଭଲ କରିଥାଏ। ଚର୍ମ ସମସ୍ୟା ଦୂର କରେ । ମେଦବହୁଳତାର ନିୟନ୍ତ୍ରଣ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ତାହାସହ ଏହା ହୃଦୟ ପାଇଁ ମଧ୍ୟ ଲାଭଦାୟକ ଏବଂ ମଧୁମେହ ପାଇଁ ବିଶେଷ ଲାଭଦାୟକ ଅଟେ । 

ଅଧିକ ପଢନ୍ତୁ ଜୀବନଶୌଳୀ ଖବର

SPEED 10
5m ago
Speed 10 : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ଖବର ପାଆନ୍ତୁ
ଅର୍ଗସ ବ୍ୟୁରୋ: ବଢ଼ୁଛି ସୁଭଦ୍ରା ଯୋଜନା ପଞ୍ଜୀକରଣ; ଦାଖଲ ହେଲାଣି ୫୦ ଲକ୍ଷରୁ ଅଧିକ ଫର୍ମ ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି; ପାକିସ୍ତାନକୁ ହରାଇ ସେମିରେ ଭାରତ । ୨-
ROAD
11m ago
ରାସ୍ତା ନଥିବାରୁ ଉଛୁଳା ନଈରେ ବାଜିରେ ଲାଗିଛି ଜୀବନ
ଅର୍ଗସ ବ୍ୟୁରୋ: ୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଅଛନ୍ତି ଅନେକ ଗାଁ। ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା
ପିଏମ୍ ଆବାସ
14m ago
ପ୍ରଧାନମନ୍ତ୍ରୀ ଆବାସ ଯୋଜନା:୧ଲକ୍ଷ ୨୦ ହଜାର ବଦଳରେ ୧ଲକ୍ଷ ୮୦ ହଜାର ପାଇବେ ହିତାଧିକାରୀ
ଅର୍ଗସ ବ୍ୟୁରୋ:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖୁବଶୀଘ୍ର ଓଡ଼ିଶା ହିତାଧିକାରୀ ପାଇବେ ଅଧିକ ଟଙ୍କା। ୧ଲକ୍ଷ ୨୦ବଦଳରେ ମିଳିବ ୧ଲକ୍ଷ ୮୦ ହଜାର ଟଙ୍କା । ଫୁଟିବ ହିତାଧିକାରୀଙ୍କ ଓଠରେ ହ