କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
by Argus News
Thu, May 23 | 10:19 a.m.

ଅର୍ଗସ ବ୍ୟୁରୋ: ଦିଲ୍ଲୀର ସ୍କୁଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ସର୍ଚ୍ଚ ଅପରେଶନ ଜାରି ରହିଛି। 

ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ, ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ ସ୍କ୍ବାଡ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି।

ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ପିସିଆରରୁ ଆମକୁ ଏକ କଲ ଆସିଥିଲା ଯେ, ନର୍ଥ ବ୍ଲକରେ ବୋମାମାଡ଼ ପାଇଁ ଧମକ ଆସିଛି। ଆଜି ଅପରାହ୍ନ ୩ଟା ୩୦ ସମୟରେ ଏହି କଲ ଆସିଥିଲା। ସର୍ଚ୍ଚ ଅପରେଶନରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ। ନର୍ଥ ବ୍ଲକ ହେଉଛି ସେହି କ୍ଷେତ୍ର ଯେଉଁଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି। ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ବୋମା ଧମକ ଆସୁଛି। ତେବେ ଖୋଜାଖୋଜି ପରେ କିଛି ମିଳିନାହିଁ।

ସୂଚନାଯୋଗ୍ୟ, ଚଳିତବର୍ଷ ମେ' ୧ରେ ଦିଲ୍ଲୀ-ଏନସିଆରରେ ୧୫୦ରୁ ଅଧିକ ବିଦ୍ୟାଳୟକୁ ମେଲ ମାଧ୍ୟମରେ ବୋମାମାଡ଼ ଧମକ ଆସିଥିଲା। ଏହାପରେ ଉତ୍ତେଜନା ଦେଖାଦେଇଥିଲା। ବିଦ୍ୟାଳୟ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। କିଛି ଦିନ ପରେ ଡାକ୍ତରଖାନା ଗୁଡ଼ିକୁ ମଧ୍ୟ ମେଲ ଜରିଆରେ ସମାନ ଧମକ ଆସିଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଆସନ୍ତା ୩ ଦିନ
14m ago
ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଯାହା ଫଳରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବ
ସ୍କୁଲ ପାଣି ଟାଙ୍କି
28m ago
ସ୍କୁଲ ପାଣି ଟାଙ୍କି ଭୁଶୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଛାତ୍ର ମୃତ। ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ପଦମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲ (ଆବାସିକ ବିଦ୍ୟାଳୟ)ର ପାଣି ଟାଙ୍କ
ଧନୀ ଗାଁ
ଧନୀ ଗାଁ ; ପ୍ରତି ପରିବାରର ଆୟ ୧ କୋଟିରୁ ଅଧିକ
ଅର୍ଗସ ବ୍ୟୁରୋ : ଧନୀ ଗାଁ । ଏହି ଗାଁରେ ପ୍ରତ୍ୟେକ ପରିବାରର ବାର୍ଷିକ ଆୟ ପ୍ରାୟ ୧ କୋଟିରୁ ଅଧିକ । ଏକଥା ଶୁଣିବା ପରେ ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସମୂର୍ଣ୍