ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଗଲା ମହାବଳ
by Argus News
Tue, Dec 12 | 4:48 p.m.

ରାୟଗଡା:  ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ତେମ୍ବାଗୁଡା ନିକଟରେ ଏକ ବାଛୁରୀକୁ ସମ୍ପୂର୍ଣ୍ଣ ଖାଇଗଲା ମହାବଳ । ତେମ୍ବାଗୁଡା ରାଜେସ ରାଓଙ୍କ ଗୁହାଳରୁ ବାଛୁରିକୁ ନେଇ ଖାଇଯାଇଥିଲା ମହାବଳ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । 

ବାଛୁରୀର କିଛି ଗୋଡ ଅଂଶ ପଡିବା ସହ ରକ୍ତ ଛିଟା ଓ ମହାବଳର ପାଦଚିହ୍ନକୁ ଠାବ କରିଛି ଗୁଡାରି ବନ ବିଭାଗ । ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ମହାବଳ । ଫଳରେ ଢେପାଗୁଡା, ପେଣ୍ଡିଲି, ଢେପାଖୁଡା ପ୍ରମୁଖ ଗ୍ରାମଗୁଡିକରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସରକାରୀ ନିୟମ ଅନୁଯାୟୀ କ୍ଷତିପୁରଣ ଦେବାପାଇଁ ବନବିଭାଗ ରେଞ୍ଜର ଦିଲ୍ଲିପ୍ ପଟ୍ଟନାୟକ ସୂଚନା ଦେଇଛନ୍ତି । 

କିଛି ଦିନ ହେବ ମହାବଳ ଗୁଣୁପୁର, ଗୁଡାରି ମୁନିଗୁଡା ବନାଞ୍ଚଳରେ ନାକେଦମ କରିବା ବନ ବିଭାଗ ନିଦ ହଜାଇ ଦେଇଛି । ବର୍ତ୍ତମାନ ବାଘର ପାଦଚିହ୍ନ ଠାବ କରିବା ସହ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ପାଖ ଗ୍ରାମାଞ୍ଚଳ ଗୁଡିକରେ ସଚେତନ କରୁଛି ବନ ବିଭାଗ ।
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା