ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ଖାରଜ
by Argus News
Tue, Dec 05 | 5:43 p.m.

କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଅବେଦନ ଖାରଜ । କଟକ ବିବାହ ପଞ୍ଜିକରଣ ଅଧିକାରୀ କଲେ ଖାରଜ । ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ କରିଥିବା ଆବେଦନକୁ ଭୂଲ୍ ଦର୍ଶାଇ ଏହି ଆବେଦନକୁ ଖାରଜ କରିଛନ୍ତି ବିବାହ ପଞ୍ଜିକରଣ ଅଧିକାରୀ । 

ବଢୁଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ

ତ୍ରୁଟି ସୁଧାରି ଆଉ ଥରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ବିଜୟ ଶଙ୍କର ଦାସ । ହେଲେ ବିଜୟ ଶଙ୍କର କରିଥିବା ଆବେଦନ ଉପରେ ଆପତ୍ତି ଉଠେଇ ଆପତ୍ତି ପିଟିସନ ଦାଖଲ କରିଥିଲେ ତାଙ୍କର ପୂର୍ବତନ ବାନ୍ଧବୀ ସୋମାଲିକା ଦାସ । ପ୍ରତ୍ୟୁଷା ବିବାହିତା ଥିବାବେଳେ ସେ କିପରି ନିଜକୁ ଅବିବାହିତା ଦର୍ଶାଇ ଏହି ଆବେଦନ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସୋମାଲିକା । ଏହାପରେ ପୁରା ରାଜ୍ୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । 

ଆହୁରି ପଢନ୍ତୁ ଓଡିଶା ଖବର...
 

MANMOHAN SAMAL
12m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
37m ago
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ
ରଣ ହୁଙ୍କାର
40m ago
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍