ଟିଟିଲାଗଡ଼ ଆମିଷ ବଜାର ଉଚ୍ଛେଦ କଲା ପ୍ରଶାସନ
by Argus News
Mon, Sep 30 | 3:52 p.m.

ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ପୌର ପ୍ରଶାସନ ପକ୍ଷରୁ  ସହରର ହାଟପଦା ସ୍ଥିତ ଆମିଷ ବଜାର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାର, ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ତଥା ବ୍ୟାପକ ପୋଲିସ ବଳ ଜେସିବି ମେସିନ ସହାୟତାରେ ଉଛେଦ ଜାରି ରଖିଛନ୍ତି। ସହରବାସୀ ଏଠାରେ ଥିବା ବଡ଼ ଆମିଷ ବଜାର ଉପରେ ନିର୍ଭର କରୁଥିଲେ। ହେଲେ ଦୋକାନୀଙ୍କୁ କେବେ ସ୍ଥାୟୀ କରାଯାଇ ନଥିବା ଅଭିଯୋଗ ହୋଇଛି l ପ୍ରାୟ 3 ବର୍ଷ ତଳେ ଏଭଳି ଭଙ୍ଗାଭାଙ୍ଗି ହୋଇଥିଲା।

ଶ୍ମଶାନ ନିକଟରେ କିଛି ଷ୍ଟଲ ତିଆରି କରି ପୌର ପ୍ରଶାସନ ଆମିଷ ଦୋକାନୀଙ୍କୁ ସେଠାକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରିଥିଲା। ତେବେ ଶ୍ମଶାନ ନିକଟରେ ଆମିଷ ବିକ୍ରୟ କଲେ ଲୋକଙ୍କ ମଧ୍ୟରେ ଘୃଣାଭାବ ହୋଇ ବିକ୍ରୀ ବଟା ବାଧାପ୍ରାପ୍ତ ହେବା ଆଶଙ୍କାରେ ଦୋକାନୀ ସେଠାକୁ ଗଲେ ନାହିଁ। ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଆମିଷ ଦୋକାନ ରହିଥିବା ବେଳେ ହାଟପଦାରେ ଥିବା ବଡ଼ ଆମିଷ ବଜାର ପ୍ରତି ପ୍ରଶାସନ ରୁକ୍ଷ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ବସ୍
8m ago
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ
ସଞ୍ଜୟ ନାୟକ
31m ago
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର
ରାୟଗଡା: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାକୁ ୧୩ ଦିନ ପାର। ସନ୍ଦେହରେ ଥିବା ଡିଏଫଓ ଦେବେନ୍ଦ୍ର ବେହେରା ଏଯାଏଁ ଫେରାର। ଛୁଟି ସରିବାର ୮ ଦିନ ପରେ ବ
ସୁପ୍ରିମକୋର୍ଟ
58m ago
ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ କହିଲେ ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦି